ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅନିୟମିତତାରେ ଲାଗିଛି କାମ। କୌଣସି ସୂଚନା ଫଳକ ନଥାଇ ଲକ୍ଷ ଲକ୍ଷ ଟଙ୍କାର କାମ ବହୁତ ନିମ୍ନ ମାନରେ ଚାଲିଛି ଯାହା ଲକ୍ଷ ଟଙ୍କାର କାମ ଚାଳିଶି ହଜାର ଟଙ୍କାରେ ହେଉଛି। ଅଫିସରକୁ ପଚାରିଲେ ତୁତୁ ମେଁମେଁ ହୋଇ ସମୟ ଅତିବାହିତ କରୁଛି। ଜୁନିୟର ଇଞ୍ଜିନିୟରକୁ ପଚାରିଲେ ମୁଁ ଯାଇ ଦେଖୁଛି କହି ଏଡାଇ ଦେଉଛନ୍ତି। ଯାହା ଫଳରେ ଖରାପ କାମକୁ ଠିକ୍ ଥିବା ଦର୍ଶାଇ ବିଲ୍ କରି ଚଳୁ କରିଚାଲିଛନ୍ତି। ଯାହା ଫଳରେ ଠିକାଦାର କରିଥିବା କାମ ଗୁଡିକ କମ ଦିନରେ ଭାଙ୍ଗି ନଷ୍ଟ ହୋଇଯାଉଛି। ପ୍ରକାଶ ଥାଉକି ପୁରୁଷୋତ୍ତମପୁର ସହରରେ ଗତ ତିନିରୁ ଚାରି ମାସ ତଳେ ଲାଗିଥିବା ହାଇମାସ୍କ ଲାଇଟ୍ କୁ ସଂଞ୍ଚାରଣ କରିବା ପାଇଁ ତରବରିଆ ଭାବେ ଗତ ତା୧୮.୦୪.୨୦୨୩ରିଖ ରେ ପରିଷଦ ଚିଠି କରିଛି। ଚିଠି ସଂଖ୍ୟା…DT…. ଏତିକିରେ ଉଲ୍ଲେଖ ଅଛି।

ଟେଣ୍ଡର ପ୍ରକ୍ରିୟା ୧୯.୦୪.୨୦୨୩ ଠାରୁ ୨୯.୦୪.୨୦୨୩ ପର୍ଯ୍ୟନ୍ତ ଅଫ୍ ଲାଇନ୍ ଟେଣ୍ଡର ମାଧ୍ୟମରେ ଦାଖଲ କରାଯିବ ଏବଂ ୧.୫.୨୦୨୩ ଟେଣ୍ଡର ଖୋଲାଯିବ ମାତ୍ର ଉକ୍ତ ପ୍ରକ୍ରିୟା P.R ବିଭାଗକୁ ଅବଗତ ନ କରାଇ ଗତ ତା୨୬.୪.୨୩ ରେ ଏକ ଦୈନିକ ଖବରକାଗଜରେ ପ୍ରକାଶ ପାଇଥିଲା। ଟେଣ୍ଡର ପ୍ରକ୍ରିୟାର ବିଧି ମୁତାବକ ଟେଣ୍ଡର ଦାଖଲର ଶେଷ ତାରିଖର ସାତ ଦିନ ପୂର୍ବରୁ P.R ବିଭାଗର ଅନୁମୋଦନ କ୍ରମେ ସାଧାରଣ ଦୈନିକ ଖବରକାଗଜରେ ପରିପ୍ରକାଶ କରିବା କଥା କିନ୍ତୁ ସବୁ ବିଧି ବ୍ୟବସ୍ଥାକୁ ଜଳାଞ୍ଜଳି ଦେଇ ତରବରିଆ ଭାବେ ୨୬.୪.୨୦୨୩ ତାରିଖରେ ଟେଣ୍ଡର ବିଜ୍ଞାପନ ପ୍ରକାଶ କରି ୨୯.୪.୨୦୨୩ ରେ ଟେଣ୍ଡର ପ୍ରକ୍ରିୟା ଶେଷ କରିବା ଦୁର୍ନୀତିର ଗନ୍ଧ ବାରି ହେଉଛି। ଏହା ସହ ସର୍ବସାଧାରଣରେ ପରିପ୍ରକାଶ ହେଉଛି ଯେ ଲକ୍ଷ ଲକ୍ଷ ଟଙ୍କାର ଟେଣ୍ଡର ଅନଲାଇନ ଟେଣ୍ଡର ନ ହୋଇ ଅଫ୍ ଲାଇନ୍ ଟେଣ୍ଡର କାହିଁକି ହେଉଛି? ରିପୋର୍ଟ ପ୍ରସନ୍ନ କୁମାର ଦାସ

