You are currently viewing ଦିଗପହଣ୍ଡି ହରିପ୍ରିୟା ଆଶ୍ରମ ତରଫରୁ ସାମ୍ବାଦିକ ସମ୍ବର୍ଦ୍ଧନା ସଭାକାର୍ଯ୍ୟ ଅନୁଷ୍ଠିତ
ଦିଗପହଣ୍ଡି ହରିପ୍ରିୟା ଆଶ୍ରମ ତରଫରୁ ସାମ୍ବାଦିକ ସମ୍ବର୍ଦ୍ଧନା ସଭାକାର୍ଯ୍ୟ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସ୍ଥିତ ଶ୍ରୀ ମାଁ ହରିପ୍ରିୟା ଆଶ୍ରମ ତରଫରୁ ରବିବାର ଦିନ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ସମେତ ସାନଖେମୁଣ୍ଡି ଅଞ୍ଚଳରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ତଥା ସାମ୍ବାଦିକଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଘୋଡାହାଡ ଜଳସେଚନ ପ୍ରକଳ୍ପ କାର୍ଯ୍ଯାଳୟ ପରିସରରେ ହରିପ୍ରିୟା ଆଶ୍ରମ ମୂଖ୍ୟ ସନ୍ଥଶ୍ରୀ ଦେବଦତ୍ତ ମହାରାଜଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମକୁ ଦିଗପହଣ୍ଡି ପ୍ରେସ୍ କ୍ଳବ୍ ସଂପାଦକ ଗୋପାଳ କୃଷ୍ଣ ମଲ୍ଲିକ ସଂଯୋଜନା କରିଥିଲେ ।

ଏହି ସମ୍ବର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମରେ ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ଡେପୁଟି କମିଶନର ଓ ପୂର୍ବତନ ଦିଗପହଣ୍ଡି ତହସିଲଦାର ଅଦୈତ କୁମାର ସ୍ବାଇଁ ଏବଂ ସ୍ଥାନୀୟ ବ୍ଳକ ଉନ୍ନୟନ ଅଧିକାରୀ ଡ . ଚିତ୍ତରଞ୍ଜନ ଦାସ ପ୍ରମୁଖ ମୂଖ୍ଯ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଖେମୁଣ୍ଡି ଓକିଲ ସଂଘର ସମ୍ପାଦକ କୁରେଶୁ ପଣ୍ଡା ମୂଖ୍ଯବକ୍ତା , ଆଇନଜୀବି ତଥା ବରିଷ୍ଠ ସାମ୍ବାଦିକ ହରପ୍ରସାଦ ରଥ , ଦିଗପହଣ୍ଡି ପ୍ରେସ୍ କ୍ଳବ୍ ସଭାପତି ଅଶେଷ ନାଥ ମିଶ୍ର ଏବଂ ବରିଷ୍ଠ ସାମ୍ବାଦିକ ନୀଳମାଧବ ପରମଗୁରୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ଅବସରରେ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଦୀପ ପ୍ରଜ୍ବଳନ କରିବା ସହ ବାହାନଗା ଠାରେ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ଶ୍ରଦ୍ଧାଞ୍ଜଳୀ ଉଦ୍ଦେଶ୍ୟରେ ଦୁଇ ମିନିଟ ଶୋକସଭା ପାଳିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ହରିପ୍ରିୟା ଆଶ୍ରମ ମୂଖ୍ୟ ସନ୍ଥ ଦେବଦତ୍ତ ମହାରାଜ ସମାଜରେ ରହୁଥିବା ଲୋକମାନଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଗତ ଫେବୃଆରୀ ଠାରୁ ନିଃସ୍ୱାର୍ଥପର ସମାଜସେବା ଯୋଗାଇ ଆସୁଥିବା ସହ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଦିଗପହଣ୍ଡି ଓ କୁକୁଡାଖଣ୍ଡି ବ୍ଳକର ସମସ୍ତ ପଞ୍ଚାୟତ ପରିଭ୍ରମଣ କରି ବନ୍ଧୁ ଦର୍ଶନ କାର୍ଯ୍ୟକ୍ରମ ଏବଂ ସମାଜ କଲ୍ଯାଣ ନିମନ୍ତେ ଉଲ୍ଲେଖନୀୟ ଅବଦାନ ରଖୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା ଭଳି ବିଭିନ୍ନ ବିରଳ କାର୍ଯ୍ଯାବଳୀକୁ ଅତିଥି ବୃନ୍ଦ ପ୍ରଶଂସା କରିଥିଲେ ।

ଏହାପରେ ଉପସ୍ଥିତ ଥିବା ଦିଗପହଣ୍ଡିି , ସାନଖେମୁଣ୍ଡି ଓ କୁକୁଡାଖଣ୍ଡି ବ୍ଲକର କାର୍ଯ୍ୟରତ ସମସ୍ତ ସାମ୍ବାଦିକ ମାନଙ୍କୁ ସନ୍ଥଶ୍ରୀ ଦେବଦତ୍ତ ମହାରାଜ ଏବଂ ଅତିଥି ମାନଙ୍କ ଦ୍ଵାରା ପୁଷ୍ପଗୁଚ୍ଛ , ଉପଢୌକନ, ମାନପତ୍ର ଓ ମହାପ୍ରସାଦ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ସାମ୍ବାଦିକ ରବିନ୍ଦ୍ର ଡାକୁଆ , ସଞ୍ଜୀବ କୁମାର ପାତ୍ର , ଶିବ ପ୍ରସାଦ ରଥ , କୁରେଶୁ ମହାରଣା , କିରଣ କୁମାର ବେହେରା , ଶଙ୍କର ସ୍ବାଇଁ , ଦିଗାମ୍ବର ମହାରଣା, ବିରୋତ୍ତମ ସାହୁ , ବିନାୟକ ଦାଶ , ବିଜୟ କୁମାର ପ୍ରଧାନ, ପଦ୍ମଲୋଚନ ପାଣିଗ୍ରାହୀ , ନାରାୟଣ ସେଠୀ , ସନ୍ତୋଷ କୁମାର ଦାଶ , ଅମୀର ଦଳାଇ , ହିମାଂଶୁ ଶେଖର ପାଢୀ, ମନୋଜ କୁମାର ପାତ୍ର , ପ୍ରଫୁଲ୍ଲ ସାବତ , ନାଗେଶୁ ରେଡ୍ଡୀ ସମେତ ବହୁ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ସେହିପରି ସମାଜସେବୀ ଗୋପାଳକୃଷ୍ଣ ମେକାପ , ସଞ୍ଜୟ ପାଣିଗ୍ରାହୀ , ଅରୂପ ଚୌଧୁରୀ ସମେତ ଆଶ୍ରମ କର୍ମକର୍ତ୍ତା ଜଗନ୍ନାଥ ସାହୁ , ଅମିତ ପାଣିଗ୍ରାହୀ , ସୁଜିତ କୁମାର ସାହୁ , ପ୍ରଶାନ୍ତ କୁମାର ପ୍ରଧାନ , ପ୍ରତାପ ଚନ୍ଦ୍ର ଗୈାଡ , ବିଜୟ ସାହୁ ଓ ପ୍ରଭାତ ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହଯୋଗ ପ୍ରଦାନ କରିଥିଲେ ।

ଦିଗପହଣ୍ଡି ପ୍ରତିନିଧି କିରଣ କୁମାର ବେହେରା