ଗୋପାଳପୁର,(ଅମିତ୍ କୁମାର ସାହୁ) ୨୨/୧୧/୨୦୨୨ : ଗୋପାଳପୁର ଆଇଏଏସ ରେଷ୍ଟ ହାଉସଠାରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ାଙ୍କ ସଭାପତିତ୍ବରେ ୨୦୨୨ ବର୍ଷ ଗୋପାଳପୁର ବେଳଭୂମି ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବ୍ରହ୍ମପୁର ଉପଜିଲ୍ଲାପାଳ କୁଲକର୍ଣ୍ଣି ଆଶୁତୋଷ ସି,ପିଡିଡୁଡା ଭି.କୀର୍ତ୍ତି ଭାସନ,ବ୍ରହ୍ମପୁର ଏସପି ଡ଼ା.ସର୍ବଣା ବିବେକ ଏମ,ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନପୃଷ୍ଟି,ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିତାଦାନନ୍ଦ ରାଉତରାୟ,ଡିପିଆରଓରବି ନାରାୟଣ ବେହେରା,ବିଦ୍ୟୁତ ବିଭାଗର ଚନ୍ଦନ ଦାଶ, କନିଷି ତହସିଲଦାର ପଲୟା ନନ୍ଦ ଶତପଥୀ, ବିଡ଼ିଓ ବିଶ୍ୱଜିତ ରାୟ,ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀ, ଏନଏସି ଅଧ୍ୟକ୍ଷ ଏ ଜାନକୀ ରାମଙ୍କ ସମେତ ଅନ୍ୟାନ୍ୟ ବିଭାଗର ପଦାଧିକାରୀମାନେ ଉପସ୍ଥିତ ରହି ବେଳଭୂମି ମହୋତ୍ସବକୁ ନେଇ ଆଲୋଚନା ହୋଇଥିଲା । ଆଜିର ପ୍ରଥମ ପ୍ରସ୍ତୁତି ବୈଠକରେ ଷ୍ଟଲ,ପରିମଳ ବ୍ୟବସ୍ଥା, ଆଇନ ଶୃଙ୍ଖଳା ପରିସ୍ଥିତି, ରାସ୍ତା ଗୁଡିକର ମରାମତି, କଳାକାର ଚୟନ, ବ୍ୟବସାୟ ନିମନ୍ତେ ଆସିଥିବା ଥିବା ଟିମ ଓ କଳାକାରମାନଙ୍କ ରହିବା ବ୍ୟବସ୍ଥା, ଯାତାୟତ ସୁବିଧା, ବିଦ୍ୟୁତ ବ୍ୟବସ୍ଥା, ସିସିଟିଭି ବ୍ୟବସ୍ଥା, ଟ୍ରାଫିକ୍ କୋଣ୍ଟ୍ରାଲ, ଅଗ୍ନିଶମ ବ୍ୟବସ୍ଥା,ସ୍ୱାସ୍ଥ୍ୟ ସୁରକ୍ଷା, ଖାଦ୍ୟମାନ ଯାଞ୍ଚ, ପ୍ରଚାର ପ୍ରସାର, ସ୍ମରଣୀକା ପ୍ରକାଶନ ଇତ୍ୟାଦି ସମସ୍ତ ବିଷୟ ନେଇ ଆଲୋଚନା ହୋଇଥିଲା । ତାହା ସହ ସାଂସ୍କୃତିକ ଦଳ ସକାଶେ ସଂସ୍କୃତି ବିଭାଗ ଏବଂ ବିଭିନ୍ନ ଜିଲ୍ଲା ସହିତ ଯୋଗାଯୋଗ କରିବାକୁ ଏବଂ ସ୍ମରଣୀକା ପ୍ରକାଶନ ନିମନ୍ତେ ଲେଖକମାନଙ୍କ ଠାରୁ ଜିଲ୍ଲାର ସଂସ୍କୃତି, ବୈଭବ, କଳାକୃତି, ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ସମ୍ପର୍କିତ ଲେଖା ସଂଗ୍ରହ କରିବାକୁ କୁହାଯାଇଛି । ଏହି ବୈଠକ ପରେ ଜିଲ୍ଲାପାଳଙ୍କ ସମେତ ସମ୍ପୃକ୍ତି ଅଧିକାରୀଗଣ ବେଳାଭୂମି ମହୋତ୍ସବ କେଉଁଠି ମଞ୍ଚ ଏବଂ କେଉଁ ସ୍ଥାନରେ ମେଳା ଆୟେଜିତ ହେବ ସେହି ସ୍ଥାନ ପରିଦର୍ଶନ କରିଥିଲେ ଏବଂ ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଥିଲା । ବେଳାଭୂମି ମହୋତ୍ସବରେ ପଲ୍ଲିଶ୍ରୀ ମେଳା, ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ବିକ୍ରିବଟା ସାଙ୍ଗକୁ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଜିଲ୍ଲାର ସ୍ଥାନୀୟ ଲୋକକଳା ସହିତ ରାଜ୍ୟର ଅନ୍ୟ ଜିଲ୍ଲାର କଳାକାରଗଣ ଏବଂ ନାମୀଦାମୀ କଳାକାରଗଣଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିଦେଷଣ ହେବ । ସମସ୍ତ ବିଭାଗ ଦ୍ୱାରା ପ୍ରଦାନ କରାଯାଇଥିବା ସେବା ସମ୍ପର୍କିତ ସଚେତନତା ମୂଳକ ସୂଚନା ପ୍ରଦର୍ଶିତ ହେବ । ସମସ୍ତ ବିଭାଗକୁ ଏଥି ସମ୍ପର୍କରେ କାର୍ଯ୍ୟ ଖସଡା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ଶ୍ରୀ ପରିଡ଼ା ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।

