You are currently viewing ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ଆତ୍ମସୁରକ୍ଷା ପାଇଁ କାର୍ଯ୍ୟକ୍ରମ ଅନୁଷ୍ଠିତ
ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ଆତ୍ମସୁରକ୍ଷା ପାଇଁ କାର୍ଯ୍ୟକ୍ରମ ଅନୁଷ୍ଠିତ

ସାନଖେମୁଣ୍ଡି ୧୨/୦୧/୨୦୨୪: ଆଜି ବିଶ୍ଵାସରାୟ ବିଜ୍ଞାନ ମହାବିଦ୍ୟାଳୟ ସାନଖେମୁଣ୍ଡି ପାଟପୁର ରେ ଛାତ୍ରୀ ମାନଙ୍କର ଆତ୍ମସୁରକ୍ଷା କାର୍ଯ୍ୟକ୍ରମ ଆରମ୍ଭଯାଇଛି ଏବଂ ଏହି କାର୍ଯ୍ୟକ୍ରମ ରେ ପରିଚାଳନା କମିଟି ର ସଭାପତି ଭାବେ ଡ଼ .ପ୍ରଦୀପ କୁମାର ବ୍ରହ୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମହାବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ଡ଼ ସୁଧେଷ୍ଣା ଚୌଧୁରୀ ପୌରହିତ କରି ଛାତ୍ରୀମାନକୁ ନାରୀଜାତି କୁ ସୁରକ୍ଷା ଦେଇ ସୁସ୍ଥ ସମାଜ ଗଠନ ରେ ସହାୟିକା ହେବାପାଇଁ ଆହ୍ବାନ ଦେଇଥିଲେ । ଡ଼. ମୁଖ୍ୟ ଅତିଥି ଡ଼ ବ୍ରହ୍ମା ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କର ଉନ୍ନତି ବିଷୟରେ ଉଦବୋଧନ ଦେଇଥିଲେ ।

ରସାୟନ ବିଜ୍ଞାନ ର ଅଧ୍ୟାପକ ଡ଼ .କୈଲାଶ ଚନ୍ଦ୍ର ସ୍ଵାଇଁ ଉତ୍ତମ ଚରିତ୍ର ଗଠନ ପାଇଁ ଉପଦେଶ ଦେଇଥିଲେ । କାର୍ଯ୍ୟକ୍ରମର ସଂଯୋଜିକା ଡ଼. ସାଲିନା ବେହେରା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ ସମସ୍ତ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ।

ଗଞ୍ଜାମ ଜିଲ୍ଲା ରୁ IJB NEWS।