ସାନଖେମୁଣ୍ଡି,୧୫/୦୧():- ପ୍ରେସ କ୍ଳବ୍ ସାନଖେମୁଣ୍ଡି ପକ୍ଷରୁ ଆଜି ଏକ ଜରୁରୀ ବୈଠକ କ୍ରମରେ ବ୍ଲକ ସଦର ମହାନଳା ସ୍ଥିତ ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ଏକ ଜରୁରୀ ବୈଠକ ଆୟୋଜନ ସଦସ୍ୟଙ୍କ ସହମତି ଭିତ୍ତିରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି ।ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତରେ ଗଣମାଧ୍ୟମ ପ୍ରତିନିଧି ଭାବେ ନିୟୋଜିତ ଥିବା ସଂଘ ସଦସ୍ୟଙ୍କ ମିଳିତ ବୈଠକରେ ମୁକ୍ତ ସାମ୍ବାଦିକତାର ଗୁରୁତ୍ୱକୁ ନେଇ ବିବିଧ ଆଲୋଚନା ସହ ନିରପେକ୍ଷ ସାମ୍ବାଦିକତାରେ ବିଶ୍ୱାସ ରଖିଥିବା ପ୍ରତିନିଧିଙ୍କ ସାମାଜିକ ସୁରକ୍ଷାକୁ ନେଇ ଗୁରୁତ୍ୱାରୋପ କରାଯାଇଥିଲା । ସରକାରୀ ଦଳର ଗଣମାଧ୍ୟମ ପ୍ରତିନିଧି ଭାବେ କାର୍ଯ୍ୟ କରୁଥିବା ପ୍ରତିନିଧିଙ୍କ ସାଂପ୍ରତିକ ଅହଙ୍କାର ଓ ଅସୂୟା ଭାବକୁ ନେଇ ବୈଠକରେ କ୍ଷୋଭ ପ୍ରକାଶ କରାଯିବା ସହ ଅଞ୍ଚଳର ସାର୍ବଜନୀନ ବିକାଶରେ ଥିବା ସରକାରୀ ଯୋଜନାର ସଫଳ କାର୍ଯ୍ୟକାରିତା ନେଇ ଏକ ଉପାଦାନ ଭାବେ ସଂଘର ସକ୍ରିୟତା ନେଇ ମିଳିତ ଆଲୋଚନା କରାଯାଇଥିଲା । ଏହି ଅବସରରେ ସଂଘ ସଦସ୍ୟା ସାମ୍ବାଦିକଙ୍କ ସହମତିରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା
। ସର୍ବସମ୍ମତି କ୍ରମରେ ସଭାପତି ଭାବେ ସାମ୍ବାଦିକ ପଦ୍ମଲୋଚନ ପାଣିଗ୍ରାହୀ , ସାଧାରଣ ସମ୍ପାଦକ ଭାବେ ସନ୍ତୋଷ କୁମାର ଦାଶ ଏବଂ କୋଷାଧ୍ୟକ୍ଷ ଭାବେ ଯୁବ ଆଇନଜୀବି ବିଜୟ କୁମାର ପ୍ରଧାନ ମନୋନୀତ କରାଯାଇଥିଲା । ମନୋନୀତ ନୂତନ କର୍ମକର୍ତ୍ତାଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ପ୍ରଦାନ ସହ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସଂଘର ସଦସ୍ୟ ପ୍ରଫୁଲ୍ଲ ସାବତ , ରଘୁନାଥ ନାୟକ , ଆରତ କୁମାର ହୋତା , ଅଶୋକ କୁମାର ସାହୁ , ଶିବରାମ ସ୍ୱାଇଁ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ପରିଶେଷରେ ବୈଠକରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟଙ୍କୁ ସମ୍ପାଦକ ମହୋଦୟ ଆନ୍ତରିକ ଶୁଭେଚ୍ଛା ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

