ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡା ଗ୍ରାମରେ ନୂତନ ବର୍ଷରେ ଏକ ନୂତନ ସଙ୍ଘ ମା ନାରାୟଣୀ ଲେବର ସଙ୍ଘ ଗଢି ଉଠିଥିଲା l ସଙ୍ଘ ଗଢିବାର ମୁଖ୍ୟ ଉର୍ଦ୍ଧେଶ ହେଉଛି ନିତିଦିନ ଲେବର କାମ କରୁଥିବା ଲେବର ଙ୍କ କୋଣସି ଧାର୍ଯ୍ୟ ମୂଲ୍ୟ ରହୁନଥିବାରୁ ଆଜି ମା ନାରାୟଣୀ ଙ୍କ ପୀଠରେ ଏକ ବୈଠକରେ ସମସ୍ତ ଲେବର ଏକତ୍ରିତ ହୋଇ ଲେବର ସଭାପତି ବାଛିବା ସହ ନିଦ୍ଧିଷ୍ଠ ମୂଲ୍ୟ ଧାଯ୍ୟ ବିଚାର କରିଥିଲେ ଯେହେତୁ ଏବେ ଚାଲିଥିବା ଧାନ ମଣ୍ଡି ଗୁଡିକରେ ସଠିକ ମୂଲ୍ୟ ଲେବର ଙ୍କୁ ଦଉନଥିବା ହେତୁ ଲେବର ସଙ୍ଘ ଗଢିଉଠିଥିଲା l କିନ୍ତୁ ସରକାରଙ୍କ ନିୟମଅନୁଯାୟୀ ଲେବର ଙ୍କୁ ଗୋଟିଏ ଧାନ ବସ୍ତା ପିଛା ୧୫ଟଙ୍କା ରହିଥିବା ବେଳେ ମଣ୍ଡିମେଲ ମାଲିକ ମେନେ ଲେବରଙ୍କୁ ୧୧ଟଙ୍କା ବା ୧୨ଟଙ୍କା ଗୋଟେ ବସ୍ତା ପିଛା ଦେଇ ଠକି ଚାଲିଛନ୍ତି l ଵର୍ତମାନ ବୈଠକ ରେ ନିଷ୍ପତ୍ତି ନିଆଗଲା ଯେ ଗୋଟିଏ ବସ୍ତା ପିଛା ଆମକୁ ୧୪ଟଙ୍କା ଦିଆଯାଉ ନଚେତ ଆମେ କୋଣସି କାମ କରିବୁ ନାହିଁ l ଯଦି ସରକାର କିମ୍ବା ମଣ୍ଡି ମାଲିକ ମନେ ଆମ ଗୁହାରି ନଶୁଣିବେ ତାହାହେଲେ ଆଗାମୀ ଦିନରେ ଆମେ ରାଜରାସ୍ତକୁ ଓଲେହିବୁ ବୋଲି ପ୍ରତିଜ୍ଞା କରିବା ସହ ଯେକୌଣସି କାମ ଲେବର ସଭାପତିଙ୍କ ଅନୁମତି ନେଇ କରାଯିବ ବୋଲି ପ୍ରତିସ୍ମୁତି କରିଥଲେ l ପ୍ରତେକ ଚାକିରୀ ରୁ ଧରି ଖାଇବା ସାମଗ୍ରୀ ର ଦର ବଢ଼ିବାରେ ଲାଗିଛି କିନ୍ତୁ ଲେବର ମାନଙ୍କ କୋଣସି ଦର ବୁଦ୍ଧି ହେଉନଥିବା ହେତୁ ଆଜି ସମସ୍ତ ସାନଖେମୁଣ୍ଡି ଲେବର ଏକତ୍ରିତ ହୋଇ ଦରବୁଦ୍ଧି କରିବା ଓ ଲେବର ମାନଙ୍କ ସଂଗଠନିକ ଦୃଢ଼ କରିବାଲାଗି ବୈଠକରେ ଆଲୋଚନା କରିଥିଲେ l

