ପୁରୁଷୋତ୍ତମପୁର , ୦୨/୦୪ – ( ପ୍ରସନ୍ନ କୁମାର ଦାସ ) -:- ପୁରୁଷୋତ୍ତମପୁର ଥାନାର ଏ ଏସ ଆଇ ଶୀଧେଶ୍ୱର ରଣବିର ୮୮ ତମ ପୋଲିସ ପ୍ରତିଷ୍ଠା ଦିବସରେ ଗଞ୍ଜାମ ଜିଲ୍ଲା ର ଶ୍ରେଷ୍ଠ ଏ ଏସ ଆଇ ଭାବେ ଛତ୍ରପୁର ଏସପି ଜଗ ମୋହନ ମିନା ଙ୍କ ଠାରୁ ଉପଢୌକନ ଓ ମାନ ପାତ୍ର ପାଇଛନ୍ତି । ସେ ପୂରୀ ଜିଲ୍ଲାର ସିଦ୍ଧ ମହାବୀର ବେଙ୍କ କଲୋନୀରେ ରହୁଥିବା ପିତା √ସ୍ବର୍ଗତ ରାଜ କିଶୋର ରଣ ବୀର ଓ ମାତା ପାର୍ବତୀ ରଣ ବିରଙ୍କ ୩ ପୁତ୍ର ମଧ୍ୟରୁ ସର୍ବ କନିଷ୍ଠ ପୁତ୍ର ଥିଲେ | ୧୯୯୭ ମସିହାରେ ପୁରୀରେ କନେଷ୍ଟ ବଲ ଭାବେ କାର୍ଯ୍ୟ କରି ୨୦୨୧ରେ ସେ ଏ ଏସ ଆଇ ଭାବେ ପଦୋର୍ନ୍ନତି ପାଇ ଯାଜପୁର ଜିଲ୍ଲା ରେ ୬ ମାସ ଟ୍ରେନିଙ୍ଗ ନେଇ ଗଞ୍ଜାମ ଜିଲ୍ଳାରେ ୨୦୨୧ ନଭେମ୍ବର ରେ ଜଏନ କରିଥିଲେ |

ତାଙ୍କର କର୍ତ୍ତବ୍ୟ ନିଷ୍ଟ ସାଧନା, ସମସ୍ତଙ୍କ ସହିତ ଉତ୍ତମ ବ୍ୟବହାର ଓ କାର୍ଯ୍ୟ ଦକ୍ଷତା ଯୋଗୁଁ ତାଙ୍କୁ ଆଜି ଗଞ୍ଜାମ ଜିଲ୍ଳାର ଶ୍ରେଷ୍ଠ ଏ ଏସ ଆଇ ଭାବେ ସମ୍ମାନିତ କରାଯାଇଛି | ତାଙ୍କର ଏହି ସଫଳତା ପାଈଁ ପ୍ରଥମେ ମାନ୍ୟବରଓଡିଶା ମୁଖ୍ୟମନ୍ତ୍ରୀ, ଆଇଜି, ଡିଜି, ଙ୍କ ସହ ଛତ୍ରପୁର ଏସପି ଜଗମୋହନ ମିନା, ଅତିରିକ୍ତ ଏସିପି ବିଜୟ ମଲିକ ପୁରୁଷୋତ୍ତମପୁର ଏସ ଡି ପିଓ ରଜନୀ କାନ୍ତ ସାମଲ, ଆଇ ଆଇସି ପିୟୁଷ ରଞ୍ଜନ ଛୋଟ ରାୟ, ଥାନାର ସମସ୍ତ ଏସ ଆଇ, ଏ ଏସ ଆଇ ଓ ଷ୍ଟାଫ ମାନଙ୍କୁ ତାଙ୍କର ଶ୍ରେୟ ଦେଇଛନ୍ତି | ସେମାନଙ୍କ ପ୍ରେରଣା ଭଲପାଇବା, ଓ କାର୍ଯ୍ୟ କରିବା ଶୈଳୀ ଯୋଗୁଁ ସେ ଆଜି କିଛି ବାଟ ଆଗକୁ ଯାଇଛନ୍ତି ବୋଲି କହି ଛନ୍ତି | ତାଙ୍କର ଏହି ସଫଳତା ପାଇ କିଛି ସରପଞ୍ଚ, ସମିତି ସଭ୍ୟ ଓ ଷ୍ଟାଫ ମାନେ ତାଙ୍କୁ ମିଠା ଖୁଆଇ ଅଭିନନ୍ଦନ ଜଣାଇ ଥିଲେ |

