You are currently viewing ଦୁଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅବସରଗ୍ରହଣ
ଦୁଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅବସରଗ୍ରହଣ

ବେଲଗୁଣ୍ଠା,01/01, ବର୍ଷ ଶେଷରେ ବେଲଗୁଣ୍ଠା ବ୍ଳକ୍ ର ଦୁଇ ଜଣ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ଅବସର ଗ୍ରହଣ କରିଛନ୍ତି I ସେମାନେ ହେଲେ ବୋରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ସୁବାସ ଚନ୍ଦ୍ର ପ୍ରଧାନ ଏବଂ ପଟେଲ୍ ରୋଡ଼୍ ବିଦ୍ୟାଳୟର ଶିକ୍ଷୟିତ୍ରୀ ମାମିନୀ ମହାପାତ୍ର I ଆଜି ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଉଭୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହିତ ଗୋଷ୍ଠୀ ଶିକ୍ଷାଧିକରୀ ପ୍ରସନ୍ନ କୁମାର ବେହେରା ଉଭୟଙ୍କୁ ପେନସନ୍ ସମ୍ଵନ୍ଧୀୟ କାଗଜପତ୍ର ପ୍ରଦାନ କରିଥିଲେ I ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ନିଖିଳ ଉତ୍କଳ ଶିକ୍ଷକ ସଂଘର ସଭାପତି ବସନ୍ତ କୁମାର ଜେନା,ସମ୍ପାଦକ ବାଳକୃଷ୍ଣ ସାବତ,ସନ୍ତୋଷ କୁମାର ପଟ୍ଟନାୟକ, ଉପଦେଷ୍ଟା ପ୍ରତାପ ଚନ୍ଦ୍ର ଶତପଥୀ,ବଲ୍ଲଭ ପଣ୍ଡା,ପ୍ରଦୀପ ମାହୁନ୍ତ, ସଚ୍ଚିଦାନନ୍ଦ ପ୍ରଧାନ, ଅଳକା ପ୍ରଧାନ,ଆଶୋକ ଜେନା, କିରାଣୀ କମଳ ଲୋଚନ ଦୋରା, ଶରତଚନ୍ଦ୍ର ରଥ ପ୍ରମୁଖ ଉପସ୍ଥିତ ଥିଲେ I ଏହି ଅବସରରେ ନିଖିଳ ଉତ୍କଳ ଶିକ୍ଷକ ସଂଘ ପକ୍ଷରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବେହେରାଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜ୍ଞାପନ କରାଯାଇଥିଲେ I ଗୋଷ୍ଠୀ ଶିକ୍ଷାଅଧିକାରୀ ଶ୍ରୀ ବେହେରା 2023 ବର୍ଷ ପାଇଁ ଛୁଟି ତାଲିକା ଉନ୍ମୋଚନ କରି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବଣ୍ଟନ କରିଥିଲେ I କାର୍ଯ୍ୟକ୍ରମରେ ନିଖିଳ ଉତ୍କଳ ଶିକ୍ଷକ ସଂଘ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ I

ରିପୋର୍ଟ-ଶିବରାମ ଚୌଧୁରୀ