You are currently viewing ବିଶ୍ଵକର୍ମା ସମାଜର ଗଞ୍ଜାମ ଜିଲ୍ଲା ସ୍ତରୀୟ ସାଧାରଣ ବୈଠକ ,
ବିଶ୍ଵକର୍ମା ସମାଜର ଗଞ୍ଜାମ ଜିଲ୍ଲା ସ୍ତରୀୟ ସାଧାରଣ ବୈଠକ ,

ପୁରୁଷୋତ୍ତମପୁର – ଜିଲ୍ଲା ସ୍ତରୀୟ ବିଶ୍ଵକର୍ମା ସମାଜର ବାର୍ଷିକ ସଧାରଣ ଅଧିବେଶନ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଟିତ ହୋଇଯାଇଛି । ପୂର୍ବଖଣ୍ଡ ତାଳୁକା ରାଜଶ୍ରୀ କୃଷ୍ଣ ମହାରଣାଙ୍କ ସଂଯୋଜନାରେ ଆୟୋଜିତ ଅଧିବେଶନରେ ଜିଲ୍ଲା ସଭାପତି ଅଜୟ ମହାରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜିଲ୍ଲା ସମ୍ପାଦକ ସୂର୍ଯ୍ୟ ନାରାୟଣ ମହାରଣା

, ସଂଘଠକ ସମ୍ପାଦକ ଶୁଶାନ୍ତ ମହାରଣା, ଉପସଭାପତି ଗୌରାଙ୍ଗ ମହାରଣା, ଅନ୍ୟତମ ଉପସଭାପତି ନୀଳାଞ୍ଚଳ ମହାରଣା, କୋଷାଧ୍ୟକ୍ଷ ଚନ୍ଦ୍ର ଶେଖର ମହାରଣା, ପୁର୍ବଖଣ୍ଡ ତାଳୁକା ଅନ୍ୟତମ ଦୁଇ ଜଣ ରାଜଶ୍ରୀ କୃଷ୍ଣ ଚନ୍ଦ୍ର ମହାରଣା ଓ ତ୍ରିନାଥ ମହାରଣା, ସମ୍ପାଦକ ପ୍ରମୋଦ ମହାରଣା, ଉପସଭାପତି ସନ୍ୟାସୀ ମହାରଣା, ସହ ସମ୍ପାଦକ ପ୍ରଦୀପ ମହାରଣା, କୋଷାଧ୍ୟକ୍ଷ ପ୍ରମୋଦ ମହାରଣା ଅତିଥି ଭାବେ ଯୋଗ ଦେଇ ଉପସ୍ଥିତି ଥିବା କୁଳ ସମାଜବର୍ଗ ଙ୍କୁ ସମ୍ବୋଧନ କରି ଉତ୍ସାହିତ କରିଥିଲେ।

ସମାଜକୁ ସୁସଂଗଠିତ କରିବା, ତାଳୁକା ତାଳୁକା ଭିତରେ ସମନୂୟ ରକ୍ଷା କରି ଭାଇଚାରା ସୃଷ୍ଟି କରିବା, କୂଳ ସମାଜର ଲୋକଙ୍କ ସ୍ଵାସ୍ଥ୍ୟ, ଶିକ୍ଷା ଓ ଆର୍ଥିକ ସ୍ଥିତି କିଭଳି ବୃଦ୍ଧି ପାଇବ ମାର୍ଗ ଦେଖାଇ ଆଗକୁ ବଢ଼ାଇବା, କୂଳ ସମାଜ ସରକାରଙ୍କ ଠାରେ ପଞ୍ଜିକରଣ ହୋଇପରିଥିବା ନେ଼ଇ ଆଲୋକ ପାତ କରାଇଥିଲେ । ଜିଲ୍ଲାର ସମସ୍ତ ତାଳୁକା ରାଜଶ୍ରୀ, ସଭାପତି, ସମ୍ପାଦକ, ସଂଗଠନ କର୍ମ କର୍ତ୍ତା ମାନେ ଯୋଗ ଦେଇ ସାଙ୍ଗଠନିକ ଉପରେ ବିଭିନ୍ନ ଦିଗ ଉପରେ ଆଲୋଚନା କରି କୁଳ ସମାଜକୁ ଶ୍ରୁଖଳୀତ ପାଇଁ ବିଭିନ୍ନ ପ୍ରସ୍ତାବ ଦେଇଥିଲେ।

ଏହି ଅଧିବେଶନ କୁ ସଫଳ କରାଇବା ପାଇଁ କେଶବ ମହାରଣା, ମାଧବ ମହାରଣା, ଉଦୀୟ ମହାରଣା , କୋକ ମହାରଣା ଲକ୍ଷ୍ମୀ ମହାରଣା, ରାଜେନ୍ଦ୍ର ମହାରଣା ଙ୍କ ସହ ପୂର୍ବଖଣ୍ଡ ତାଲୁକା ର ବହୁ ସମାଜ ପ୍ରେମୀ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ତାଲୁକା ସମ୍ପାଦକ ଅତିଥି ମାନଙ୍କୁ ଧନ୍ୟବାଦ ଦେଇ ସଭା ସଂଗ କରିଥିଲେ । ରିପୋର୍ଟ ପ୍ରସନ୍ନ କୁମାର ଦାସ