You are currently viewing ମହାନ୍ ସଙ୍ଘ ର ଦୀର୍ଘ ୩୭ତମ ବାର୍ଷିକ ଉତ୍ସବ ପାଳିତ । ୩୭ ବର୍ଷର ନିସ୍ଵାର୍ଥପର ସେବା ପ୍ରକୃତରେ ମହାନ ଡିଜି ଶ୍ରୀ ଉପାଧ୍ୟୟା
ମହାନ୍ ସଙ୍ଘ ର ଦୀର୍ଘ ୩୭ତମ ବାର୍ଷିକ ଉତ୍ସବ ପାଳିତ । ୩୭ ବର୍ଷର ନିସ୍ଵାର୍ଥପର ସେବା ପ୍ରକୃତରେ ମହାନ ଡିଜି ଶ୍ରୀ ଉପାଧ୍ୟୟା

ବ୍ରହ୍ମପୁର , ୦୬/୦୨ -:- ଦୀର୍ଘ ୩୭ ବର୍ଷ ଧରି ଅଭିଭକ୍ତ ଗଞ୍ଜାମ ତଥା ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ପ୍ରାନ୍ତରେ ସାମାଜିକ,ସ୍ୱାସ୍ଥ୍ୟ, ଶିକ୍ଷା, ସାଂସ୍କୃତିକ, କ୍ରୀଡା , ବୃକ୍ଷ ରୋପଣ, ରିଲିଫ ପ୍ରଦାନ, ପ୍ରତିଭା ସମ୍ମାନ ପରି ଅନେକ କ୍ଷେତ୍ରରେ ନିଶ୍ୱାର୍ଥ ପର ସେବା କରି ନିଜକୁ ପ୍ରକୃତରେ ମହାନ୍ କରିପାରିଛି।ବିଶ୍ଵ ନିକେତନ୍ ଜରା ନିବାସରେ ବହୁ ବୃଦ୍ଧା ବୃଦ୍ଧଙ୍କୁ ଆଶ୍ରୟ ଓ ସେବା ସୂର୍ଶସା କାର୍ଯ୍ୟ ପ୍ରକୃତରେ ପ୍ରସଂସନୀୟ ବୋଲି ଗତକାଲି ବିଜୁପଟ୍ଟନାୟକ ସାଂସ୍କୃତିକ ଭବନ ଠାରେ ମହାନ୍ ସଙ୍ଘ ର ୩୭ ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ଓଡ଼ିଶାର ପୋଲିସ ମହାନିର୍ଦ୍ଦେଶକ ( ଫାୟାର ଓ ହୋମଗାର୍ଡ) ଶ୍ରୀ ସନ୍ତୋଷ କୁମାର ଉପାଧ୍ୟୟା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦବୋଧୋନ ଦେଇଥିଲେ।

ସଂଘ ର ସଭାପତି ବିଶିଷ୍ଟ ସମାଜସେବୀ ଶ୍ରୀ ସୁଶାନ୍ତ କୁମାର ସାବତ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡ ରମେଶ ଚନ୍ଦ୍ର ଚାଉ ପଟନାୟକ, ସମାଜସେବୀକା ଶ୍ରୀମତୀ ସବିତା ସୁଆର, ଶ୍ରୀ ସଂଜିତ୍ତ ପାଣିଗ୍ରାହୀ,ସମାଜ ସେବୀ ଶ୍ରୀ ବଂଶୀଧର ନାୟକ ପ୍ରମୁଖ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ମହାନ୍ ସଙ୍ଘ ର ଅବଦାନ କୁ ଭୂରି ଭୂରି ପ୍ରସଂଶା କରିଥଲେ। ସାଧାରଣ ସମ୍ପାଦକ ଇ ପ୍ରସାନ୍ତ ପାତ୍ର ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ ଶ୍ରୀ ଏନ୍ ଦଭେ ଧନ୍ୟବାଦ୍ ପ୍ରଦାନ କରିଥିଲେ। ବଂଶୀଧର ନାୟକ, ସାମନ୍ତରାୟ ଏକାଡେମି ର ଦେବେଶ ସାମନ୍ତରାୟ,ନିରାକାର ବିଷୋୟୀ, ଭ।ଗ୍ୟଲକ୍ଷ୍ମି ନାୟକ,ସତ୍ୟ ନାରାୟଣ ମହାରଣା,ଥିଙ୍କ କାଫେ ପ୍ରମୁଖ ଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ବ୍ରହ୍ମପୂର୍ ମହାନଗର ନିଗମ ର ସମସ୍ତ କୋରପର୍ଟର ମାନଙ୍କୁ ଅତିଥି ମାନେ ଉପଢଉକନ ଓ ମୋମେଣ୍ଟ ଦେଇ ସମ୍ବର୍ଦ୍ଧିତ କରିଥିଲେ।ସହର ର ବହୁ କଳାକାର ଅନୁଷ୍ଠାନ ର କଳା କାର ମାନେ ମନରଞ୍ଜନ କାର୍ଯ୍ୟ କ୍ରମ ପରିବେଷଣ କରିଥିଲେ।ଶ୍ରୀ ଶାନ୍ତନୁ ରଣା ସଂଯୋଜନା କରିଥିବା ବେଳେ ପ୍ରଣବ ପଣ୍ଡା, ମନ ରଞ୍ଜନ ସାହୁ, ଜିତେନ୍ଦ୍ର ସାହୁ, ସାଂସ୍କୃତିକ ସମ୍ପାଦିକା ଶ୍ରୀମତୀ ରାମେଶ୍ବରୀ ନନ୍ଦ, ଶ୍ରୀମତୀ ସନ୍ଧ୍ୟାର।ଣି ପଟ୍ ନାୟକ, ଙ୍କ ସମେତ ସଂଘର ବହୁ ସଦସ୍ୟ ସଦସ୍ୟା କାର୍ଯ୍ୟକ୍ରମ କୁ ପରିଚାଳନା କରୁଥିଲେ ।