You are currently viewing 5 ଦିନ ତଳେ କାଳ ବୈଶାଖୀ ପବନ ରେ ବସଷ୍ଟାଣ୍ଡ ରେ ଥିବା ଛଅ ଗୋଟି ଦୋକାନରୁ ଟିଣ ଉଡ଼ି ଯିବା ଯୋଗୁଁ ବ୍ୟବସ୍ୟାୟି ହଟହଟା |
5 ଦିନ ତଳେ କାଳ ବୈଶାଖୀ ପବନ ରେ ବସଷ୍ଟାଣ୍ଡ ରେ ଥିବା ଛଅ ଗୋଟି ଦୋକାନରୁ ଟିଣ ଉଡ଼ି ଯିବା ଯୋଗୁଁ ବ୍ୟବସ୍ୟାୟି ହଟହଟା |

(ଦୁଃଖ କହିବେ କାହାକୁ , କିଏ କରିବ ପ୍ରତିକାର, ସରକାର ଟିକେ ଦୃଷ୍ଟି ଦେବେକି )
ପୁରୁଷୋତ୍ତମପୁର ବସଷ୍ଟାଣ୍ଡ ନିକଟ ରେ ଭଡାରେ ନେଇଥିବା 6ଗୋଟି ଦୋକାନ ଘର ର ଟିଣ କାଳ ବୈଶାଖୀ ପବନ ରେ ଉଡ଼ି ଯାଇଥିବା ଯୋଗୁଁ ଭୟରେ ନିଜ ଜୀବନ ବଂଚେଇବା କୁ ଦୋକାନୀ ଏବଂ ତାଙ୍କ କର୍ମଚାରୀ ମାନେ ସୁରକ୍ଷିତ ସ୍ଥାନ କୁ ଦୌଡ଼ି ପଳେଇ ଥିଲା ବେଳେ ତାପରେ ହୋଇ ଥିବା ବର୍ଷାରେ ଦୋକାନ ର ସବୁ ସାମାନ ଭିଜି ନଷ୍ଟ ହୋଇ ଯାଇଥିଲା | ସବୁ ଟିଣ ପବନ ରେ ଉଡି ଯାଇବାହାରେ କେଉଁଠି ପଡିଥିଲା ବେଳେ, ପଦାରୁ ଉଡ଼ି ଆସିଥିବା ଧୂଳି, ଅଳିଆ, ପତର ଓ ଅଵ୍ୟ ବ୍ୟବହୃତ ପଲଥିନ ଜରିରେ ଦୋକାନ ଭିତର ଗୁଡ଼ିକ ନଷ୍ଟ, ଭ୍ରଷ୍ଟ ହୋଇ ଅବ୍ୟବ୍ୟସ୍ତା ରେ ରହିଥିଲା | ବିଚାରି ଦୋକାନୀ ମାନେ ଓ ତାଙ୍କ କର୍ମଚାରୀ ପିଲା ମାନେ ବିଦ୍ୟୁତ ଲାଇଟ କଟି ଯାଇଥିବାରୁ ଅନ୍ଧାର ଓ ପ୍ରଚଣ୍ଡ ଗରମରେ ମହମ ବତୀ, ଓ ମୋବାଇଲ ଆଲୁଅରେ ସନ୍ଧ୍ୟା ସମୟରେ ଯାହାକିଛି ସମୁଦ୍ରରୁ ଶଙ୍ଖେ ଭଳି ସାମାନ ଉଦ୍ଧାର କରିଥିଲେ | ବାକି ଅନ୍ୟ ଦିନ ରେ ମଧ୍ୟ ପାଣିରେ ଭିଜି ଯାଇଥିବା ଗ୍ରୋସରୀ ସାମାନ ପ୍ରାୟତଃ ଖରାପ ହୋଇ ଯାଇଥିଲା |

ତାସହ ଅନ୍ୟ ମାନଙ୍କ ମଧ୍ୟ ମେଡ଼ିସିନ,ଷ୍ଟେସେନେରୀ, ଓ ପୁଜା ଭଣ୍ଡାର , ଏବଂ ସେଲୁନ ର ଦୁଈ ପଟ ର ଆଇନା ଏବଂ ଟେବୁଲ ଗୁଡ଼ିକ ମଧ୍ୟ କ୍ଷତି ଗ୍ରସ୍ତ ହୋଇ ଯାଇଛି | ତେବେ ଏହା ପୂର୍ବରୁ ମଧ୍ୟ କିଛି ବର୍ଷ ତକେ କାଳ ବୈଶାଖୀ ର ପ୍ରଭାବରେ ଏହିପରି ସାମାନ ସହିତ ଟିଣ ଉଡି ନଷ୍ଟ ହୋଇ ଯାଇଥିଲା ବେଳେ ଦୋକାନୀ ମାନେ ସେହି ଟିଣ ଓ ନୂତନ ଟିଣ କୁ ମିଶାଇ ସମସ୍ତେ ନିଜ ପଇସାରେ ତିଆରି କରି ଭଡା ବାବଦ ରୁ କିଛି କିଛି ଅର୍ଥ କାଟି ତାହାକୁ ଭରଣା କରିଥିଲେ | ତେବେ ଏବର ଏହି ଘଟଣା ରେ ସବୁ ବ୍ୟବସ୍ୟୟୀ ଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି | ମାଲିକ ମଧ୍ୟ ଅସୁବିଧା ରେ ଥିବାରୁ ତୁମେକର କହି ହାତ ଟେକି ଦେଇଛି | ଏପରି ଅବସ୍ଥାରେ ସେମାନେ କିପରି ଟିଣ କିମ୍ବା ଛାତ, କରି ପୁଣି ଦୋକାନ ସମ୍ଭାଳିବେ ତାହା ସେମାନଙ୍କ ପାଇଁ ଚିନ୍ତାର ବିଷୟ ହୋଉ ପଡିଛି |

ଯଦି ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ, ପୁରୁଷୋତ୍ତମପୁର ତହସିଲଦାର, ଛତ୍ରପୁର ଉପଜିଲ୍ଲାପାଳ, କିମ୍ବା ଜିଲ୍ଲା ପାଳ କିଛି ଆର୍ଥିକ ବ୍ୟବସ୍ତା କରିଥାନ୍ତେ ତେବେ ସେମାନେ ସେମାନଙ୍କ ପାଖରେ ଚିର କୃତଜ୍ଞ ରହି ପୁଣି ବ୍ୟବସାୟ ଆରମ୍ଭ କରି ପାରି ସେମାନଙ୍କ ଜୀବନ ଜୀବିକା କୁ ସମ୍ଭାଳି ପାରି ଥାନ୍ତେ ବୋଲି ଅନୁରୋଧ କରିଛନ୍ତି |