You are currently viewing ପ୍ରଧାନଶିକ୍ଷକଙ୍କ ଅନିୟମିତତା ଯୋଗୁଁ ବିଦ୍ୟାଳୟ ରେ ତାଲା ମାରିଲେ ଅଭିଭାବକ
ପ୍ରଧାନଶିକ୍ଷକଙ୍କ ଅନିୟମିତତା ଯୋଗୁଁ ବିଦ୍ୟାଳୟ ରେ ତାଲା ମାରିଲେ ଅଭିଭାବକ

ସୋରଡ଼ା, ୩/୧୨/୨୦୨୫ (ଲିଟୁ କୁମାର ବିଷୋୟୀ)ଗଞ୍ଜାମ ଶିକ୍ଷା ଜିଲ୍ଲା ସୋରଡା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ନିୟନ୍ତ୍ରଣ ପରିସର ପଦ୍ମପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଗେଟ୍ ରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଅଭିଭାବକ ଓ ଛାତ୍ର ଛାତ୍ରୀ ।ବିଦ୍ୟାଳୟ ବାହାରେ ଘଣ୍ଟା ଘଣ୍ଟା ଧରି ଅଭିଭାବକ ଓ ପିଲା ମାନେ ଧାରଣାରେ ବସିଛନ୍ତି ।ପ୍ରଧାନ ଶିକ୍ଷକଙ୍କ ମନମୁଖୀ କାର୍ଯ୍ୟ କଳାପ ଓ ନିୟମିତ ବିଦ୍ୟାଳୟକୁ ଆସୁନଥିବା ଅଭିଯୋଗ ହୋଇଛି।ଯାହାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ଏଠାରେ ପ୍ରଥମ ରୁ ଦଶମ ଶ୍ରେଣୀରେ ୩୨୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି ।ପ୍ରଧାନ ଶିକ୍ଷକ ବହୁ ସମୟରେ ଅନୁପସ୍ଥିତ ରହୁଥିବାରୁ ଦଶମ ଶ୍ରେଣୀର ପ୍ରଗତି ପରୀକ୍ଷା ମଧ୍ୟ ହୋଇପାରି ନାହିଁ ।

ମାସରେ ମାତ୍ର ଦଶ ଦିନ ବିଦ୍ୟାଳୟ ଆସୁଛନ୍ତି ସଂସ୍କୃତ କ୍ଲାସ କରୁନାହାନ୍ତି କେବଳ ଶୋଇ ରହୁଥିବା ଅଭିଯୋଗ ହୋଇଛି ।ଏନେଇ ବିଦ୍ୟାଳୟ ପରିଚାଳନା କମିଟି ଅଭିଭାବକ ମାନେ ପ୍ରଧାନ ଶିକ୍ଷକ ଙ୍କ ବଦଳି ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି |ସୂଚନା ଥାଉକି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରସନ କୁମାର ମଳିକ ବିଦ୍ୟାଳୟ ରେ ଯୋଗ ଦେବା ଦିନଠାରୁ ଏଭଳି ମନମାନୀ କରିଆସୁଛନ୍ତି | ଅଭିଭାବକ ଓ ପରିଚାଳନା କମିଟି ବାର ବାର ତାଗିଦ ସତେ ବିଦ୍ୟାଳୟ ପ୍ରତି ନିଜର ଦାୟିତ୍ୱ କୁ ତୁଲାଉ ନଥିବା ଗତ ଫେବୃଆରୀ ମାସରେ ଗୋଷ୍ଠୀ ଶିକ୍ଷା ଅଧିକାରୀ,ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳ ଙ୍କୁ ଲିଖିତ ଭାବେ ଜଣାଇ ଥିଲେ ସୁଦ୍ଧା କୌଣସି ସୁଧାର ନା ଆସିବା ସହ ଦଶମ ଶ୍ରେଣୀର ପିଲାଙ୍କ ପ୍ରଗତି ପରୀକ୍ଷା ନହେବା ଯୋଗୁଁ ଆଜି ଅଭିଭାବକ, ପରିଚାଳନା କମିଟି ଓ ଛାତ୍ର ଛାତ୍ରୀ ବିଦ୍ୟାଳୟ ରେ ତାଲା ମାରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ |

ଏଖବର ପାଇଁ ସିଆରସୀ ସିମାଞ୍ଚଳ ଦଳାଇ, ବି ଆର ସି ସି ସୁଶୀଳା ପାତ୍ର, ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଲପ କୁମାର ସ୍ୱାଇଁ ପହଂଚି ଅଭିଭାବକ ଓ ପରିଚାଳନା କମିଟି କୁ ବୁଝାଇ ବିଦ୍ୟାଳୟ ତାଲା କହିଲିଥିଲେ ସୁଦ୍ଧା ଛାତ୍ର ଛାତ୍ରୀ ବିଦ୍ୟାଳୟ କୁ ନଯାଇ ଘରକୁ ଫେରିଯାଇଛନ୍ତି | ବିଦ୍ୟାଳୟ ର ସହଯୋଗୀ ଶିକ୍ଷକ ଙ୍କ ଜରିଆରେ ବିଦ୍ୟାଳୟ ର ସମସ୍ତ ରେଜିଷ୍ଟର ଵୁକ୍ ଦେଖି ଅଭିଭାବକ ଓ ପରିଚାଳନା କମିଟି ଆଣିଥିବା ଅଭିଯୋଗ ସତ ବୋଲି ପ୍ରତିକ୍ରିୟା ଦେବା ସହ ଏ ସମ୍ପର୍କ ରେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଜଣାଇବା ସହ ପ୍ରଧାନ ଶିକ୍ଷକ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି |