ବେଲଗୁଣ୍ଠା, 20/11,ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୂଲ୍ୟରେ ତଥା ନିର୍ବାହୀ ଅଧିକାରୀ ଏସ ରାକେଶ କୁମାର ପାତ୍ରଙ୍କ ତତ୍ୱାବଧାନରେ ବେଲଗୁଣ୍ଠା ବିଜ୍ଞାନ ମହାବିଦ୍ୟାଳୟ ଠାରେ ” ସ୍ୱଚ୍ଛତା କି ଦୋ ରଙ୍ଗ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ସ୍ୱଚ୍ଛତା ସମ୍ବନ୍ଧୀୟ ବ୍ୟବହାରିକ ପରିବର୍ତ୍ତନ ଓ ସୂଚନା, ଶିକ୍ଷା ଓ ଯୋଗାଯୋଗ ବିଷୟ ରେ ଏକ ସହାଭାଗୀ ଆଲୋଚନା କରାଯାଇଥିଲା | ଜନସାଧାରଣଙ୍କ ମଧ୍ୟରେ ଥରେ ବ୍ୟବହାର କରି ଫିଙ୍ଗି ଦେଉଥିବା ପଲିଥିନବ୍ୟବହାର ତଥା ଡଷ୍ଟ ବିନ ସଦୁପଯୋଗ ପ୍ରତି ସଚେତନ କରିବା ନିମନ୍ତେ ବିଭିନ୍ନ ରଣନୀତି ପ୍ରସ୍ତୁତି କରାଯାଇଛି |

ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କାଉନସିଲର୍ ଦିବ୍ୟରଞ୍ଜନ ଦାଶ ଏବଂ କାଉନସିଲର୍ ପ୍ରତିନିଧି ରଞ୍ଜିତ୍ କୁମାର ସାମଲ୍ ମଞ୍ଚାସୀନ ଥିଲେ I ବେଲଗୁଣ୍ଠା ଏନଏସି ତରଫରୁ ସହର ମିଶନ ପରିଚାଳକ ପ୍ରଫୁଲ୍ଲ ଷଡ଼ଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ମହାବିଦ୍ୟାଳୟର ଅଧ୍ୟାପକ ସପନ କୁମାର ପ୍ରଧାନ,ସନ୍ତୋଷ କୁମାର ପାଣିଗ୍ରାହୀ, ଅଶୋକ କୁମାର ପ୍ରଧାନ, ପ୍ରଫୁଲ୍ଲ କୁମାର ଜେନା,ଗୋଷ୍ଠୀ ସଂଗଠିକା ଅଞ୍ଜଳି ପଣ୍ଡାଙ୍କ ସମେତ ,ସ୍ୱଚ୍ଛ ସାଥି,ସ୍ଵଛ ସୁପରଭାଇଜର ପାୟଲ ମହାପାତ୍ର ଓ ସାନିଟେସନ ସୁପରଭାଇଜର ଶିବରାମ ଚୌଧୁରୀ ସହଯୋଗ କରିଥିଲେ | ଅଧ୍ୟାପକ ପ୍ରଫୁଲ୍ଲ କୁମାର ଜେନା ଧନ୍ୟବାଦ ଜ୍ଞାପନ କରିଥିଲେ I
ରିପୋର୍ଟ-ଶିବରାମ ଚୌଧୁରୀ

