You are currently viewing ବିଜୁ କନ୍ୟାରତ୍ନ ସଚେତନତା ଶିବିର ଅନୁଷ୍ଠିତ
ବିଜୁ କନ୍ୟାରତ୍ନ ସଚେତନତା ଶିବିର ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜୁ କନ୍ୟା ରତ୍ନ ଯୋଜନା ସମ୍ପର୍କିତ ସଚେତନତା ଶିବିର ବୁରୁଝରୀ ପଂଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ରେ ସରପଞ୍ଚ ବିନୋଦ ଚନ୍ଦ୍ର ଜେନା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭବେଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କାମେଶ୍ୱର ପରିଡା ଯୋଗ ଦେଇ ଥିବା ବେଳେ ରିଶୋଷ ପର୍ଶନ ଦେବବ୍ରତ ମହନ୍ତ, ମହିଳା ଶିଶୁ ବିଭାଗ ସୁପରଭାଇଜର ମିନତୀ କୁମାରୀ ବେହେରା, ଏମ ବି କେ ଟିଟୁମା ଜେନା ଯୋଗ ଦେଇ ଆଜି କାଲି ସମାଜରେ ଘଟୁଥିବା କନ୍ୟା ଭୃଣ ହତ୍ୟା କୁ କିପରି ରୋକା ଯାଇ ପାରିବ, ଏହାର କିପରି ପ୍ରତିବାଦ କରା ଯାଇପାରିବ, ଏଥି ପାଇଁ ଥିବା ଆଇନ ଓ ଏହାକୁ ପ୍ରତିବାଦ ପାଇଁ ନିଜସ୍ୱ ଉପାୟ, ସମ୍ପର୍କୀୟ ଙ୍କ ସହଯୋଗ, ଶେଷରେ ସରକାରଙ୍କ ସହଯୋଗ ପାଇଁ କଣ ବ୍ୟବସ୍ଥା ରହିଛି ସେ ଉପରେ ଆଲୋଚନା କରାଯାଇଥିଲା ! ଏହାକୁ ପ୍ରକାଶ କୁମାର ଜେନା ପରିଚାଳନା କରିଥିବା ବେଳେ ପ୍ରମୋଦ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ! ଏଥିରେ ଅରୁଣା ଲିଙ୍କ ୱାର୍କର, ଅଙ୍ଗନବାଡି କର୍ମୀ ଓ ମହିଳା ଗୋଷ୍ଠୀ ମାନେ ଉପସ୍ଥିତ ଥିଲେ ।ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।