You are currently viewing ବଡଖରିଡା ସ୍ଥିତ ଶ୍ରୀ କାଳେଶ୍ୱର୍ ମନ୍ଦିରରେ ଜିଲ୍ଲା ଖବର ର ପଞ୍ଚମ ସ୍ଵନକ୍ଷତ୍ର ଉତ୍ସବ ଓ ଉତ୍କଳ ସାମ୍ବାଦିକ ସଂଘର ବନ୍ଧୁ ମିଳନ ଅନୁଷ୍ଠିତ ।
ବଡଖରିଡା ସ୍ଥିତ ଶ୍ରୀ କାଳେଶ୍ୱର୍ ମନ୍ଦିରରେ ଜିଲ୍ଲା ଖବର ର ପଞ୍ଚମ ସ୍ଵନକ୍ଷତ୍ର ଉତ୍ସବ ଓ ଉତ୍କଳ ସାମ୍ବାଦିକ ସଂଘର ବନ୍ଧୁ ମିଳନ ଅନୁଷ୍ଠିତ ।

କବିସୂର୍ଯ୍ୟନଗର , ୧୩/୦୨ -:- କବିସୂର୍ଯ୍ୟନଗର ବଡଖରିଡା ଶ୍ରୀ କାଳେଶ୍ୱର୍ ମନ୍ଦିରରେ ଜିଲ୍ଲା ଖବର ର ପଞ୍ଚମ ସ୍ଵନକ୍ଷତ୍ର ଉତ୍ସବ ଓ ଉତ୍କଳ ସାମ୍ବାଦିକ ସଂଘ ର ବନ୍ଧୁ ମିଳନଅନୁଷ୍ଠିତ । ବଡ଼ ଖରିଡ଼ା ସ୍ଥିତ କାଳେଶ୍ଵର ମନ୍ଦିର କଲ୍ୟାଣୀ ମଣ୍ଡପ ରେ ଏହି କାର୍ଯ୍ୟକ୍ରମ କୁ କ୍ଷୀରୋଦ କୁମାର ବେହେରା, ଓ ଅନିଲ କୁମାର ପଟନାୟଜ ପରିଚାଳନା କରିଥିଲେ |ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନ, ମୋ ପରିବାର ଜୀବନ ବିନ୍ଦୁ ଉପଦେଷ୍ଟା ନିର୍ମଳ ସାହୁ, ବ୍ଲକ ଅଧକ୍ଷା ପିଙ୍କି ବେହେରା, ଏନଏସି ଅଧକ୍ଷା ପ୍ରିୟଙ୍କା ଗୌଡ଼, ବରିଷ୍ଠ ସାମ୍ବାଦିକ ଅଶୋକ ବର୍ମା,ସାମ୍ବାଦିକ ସମୀର ଆଚାର୍ଯ୍ୟ,ସୁଦୀପ୍ତ ସାହୁ, ରାଜ୍ୟ ଯୁବ ବିଜେଡି ସମ୍ପାଦକ ପ୍ରମୋଦ ଚନ୍ଦ୍ର ପଣ୍ଡା ବରିଷ୍ଠ ବିଜେଡି ନେତା ପି ନାରାୟଣ ରାଓ, ଜିଲ୍ଲାପରିଷଦ ସଭ୍ୟ ସନ୍ତୋଷ ପାଢ଼ୀ ‘ସ୍ଥାନୀୟ ସରପଞ୍ଚ କମା ଦଳେଇ, ସମିତି ସଭ୍ୟ ଅନିଲ ଦାସଙ୍କୁ ମାନପତ୍ର ସହିତ ସମ୍ମାନ ଦେଇଥିଲେ ଗଞ୍ଜାମ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ର ମୁଖ୍ୟ ଅନିଲ ପଟନାୟକ ଓ ଜିଲ୍ଲା ଖବର ର କ୍ଷୀରୋଦ କୁମାର ବେହେରା ଙ୍କ ତତ୍ୱା ବଧା ନରେ, ବିଧାୟିକା ଙ୍କ ଦ୍ୱାରା ଅନୁଷ୍ଠିତ କରାଯାଇଥିଲା | ଉପସ୍ଥିତ ଅତିଥି ମାନେ ସାମ୍ବାଦିକ ଜୀବନ ରେ କେତେ ଦୁଃଖ ଓ ଦୁର୍ଦଶା ମଧ୍ୟରେ ଗତି କରୁଅଛି, ତାହା ଉପରେ ବିଧାୟିକା ଙ୍କ ସହିତ ରାଜ୍ୟ ସରକାର ଏହା ଉପରେ ଗୁରୁତ୍ୱ ଦେଲେ ସାମ୍ବାଦିକ ମାନେ ଉପକୃତ ହୋଇ ପାରିବେ, ଏହାସହ ରାଜ୍ୟ ସରକାର ଙ୍କ ଦ୍ୱାରା ପ୍ରଦତ୍ତ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା,2ଲକ୍ଷ ପରି ବର୍ତ୍ତେ 5ରୁ 10 ଲକ୍ଷ କରିବାକୁ ଓଏହି ବିଷୟ କୁ ମାନନୀୟା ବିଧାୟିକା ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପିତ କରନ୍ତୁ ବୋଲି କହିଥିଲେ

| ବିଧାୟିକା ମଧ୍ୟ ସାମ୍ବାଦିକ ମାନେ ଝଡ଼, ବର୍ଷା, ବାତ୍ୟା, ପ୍ରଚଣ୍ଡ ରୌଦ୍ରତାପ, କୋଭିଡ, ଶୀତ, କୁ ଖାତିରି ନକରି ନିଉସ ଲୋକଙ୍କ ପାଖରେ ପରିବେଷଣ କରିଥିବାରୁ ସେମାନଙ୍କୁ କୃତଜ୍ଞତା ଜଣାଇ ପ୍ରକୃତ ତଥ୍ୟ ନେଇ ଖବର ଦେଲେ ସେହିଁ ନିଉସ କୁ ଦେଖି ଲୋକମାନେ ଖୁସି ଅନୁଭବ କରିପାରିବେ ବୋଲି ମତ ଦେଇଥିଲେ | ଶେଷରେ ମଞ୍ଚାସିନ ଅତିଥି ଙ୍କ ସହିତ ସଫଳ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷ ଓ ଜିଲ୍ଲା ର ପ୍ରତି ବ୍ଲକରୁ ଆସିଥିବା ସାମ୍ବାଦିକ ମାନଙ୍କୁ ମାନପତ୍ର, ଉପ ଢୌକନ ଦେଇ ସମ୍ମାନିତ ଶେଷରେ କ୍ଷୀରୋଦ ବେହେରା ଧନ୍ୟବାଦ ଦେଇ ବୈଠକ ସାରିଥିଲେ |କରିଥିଲେ | ଏହି ପୁରା କାର୍ଯ୍ୟକ୍ରମ କୁସାମ୍ବାଦିକ ଅନିଲ କୁମାର ଦାଶ ସଂଯୋଜନା କରିବା ସହିତ, ଗଣେଶ ଡାକୁଆ, ପୀତବାସ ଦାଶ, ଭଗବାନ ପାଢ଼ୀ ପ୍ରମୁଖ ସହଯୋଗ କରିଥିଲେ |