ଗଞ୍ଜାମ,୧୧/୨/:କୁକୁଡାଖଣ୍ଡି ବ୍ଲକ ରୋହିଗାଁ ଗ୍ରାମପଂଚାୟତ ନଳିହାଡ଼ ଗ୍ରାମର ଅଙ୍ଗନୱାଡି ଗୃହରେ ଜାତୀୟ କୃମି ନାଶକ ଦିବସ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଏନଏମ ପଙ୍କଜ ଦେବୀ ଯୋଗଦେବା ସହ ଆଶାକର୍ମୀ ଉପାସନା ବିଷୋୟୀ, ଅଙ୍ଗନୱାଡି କର୍ମୀ ଅମିତା ମହାରଣା ଯୋଗଦେଇ କୁନିକୁନି ପିଲାମାନଙ୍କୁ କୃମି ଔଷଧ ଖାଇବା ପାଇଁ ସମସ୍ତ ପିଲାଙ୍କୁ ଦିଆଯାଇଥିଲା l

କୃମି ରୋଗକୁ କିଭଳି ନିରାକରଣ କରାଯାଇପାରିବ କୃମି ହେବାଫଳରେ ଶରୀର ରେ କଣ କ୍ଷତି ଘଟେ ଏବଂ କୃମି ଔଷଧ କିଭଳି ପିଲାଙ୍କୁ ଖାଇବାକୁ ଦେବେ ତାହାସହ ରାସ୍ତାକଡ଼ରେ ବିକ୍ରି ହେଉଥିବା ଖୋଲା ଖାଦ୍ୟ ପିଲାଙ୍କୁ ଦେଲେ କିଭଳି ମତିଷ୍କ, ଜକୃତ ବା ଲିଭର ର କ୍ଷତି ଘଟାଇ ରୋଗାକ୍ରାନ୍ତ କରେ ସମସ୍ତ ଅଭିଵାବକ ଙ୍କୁ ସଚେତନ କରାଇଥିଲେ ଏନଏମ ପଙ୍କଜ ଦେବୀ l ଏହି କାର୍ଯ୍ୟକ୍ରମରେ ୬ ମାସ ଶିଶୁ ଠାରୁ ଆରମ୍ଭକରି ୨୪ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ କୃମି ଔଷଧ ଖାଇବାକୁ ଦିଆଯାଇଥିଲା l ପ୍ରାୟ ୬୦ ରୁ ୭୦ ପିଲା ଉପସ୍ଥିତ ରହିବା ସହ ଗ୍ରାମବାସୀ ମଧ୍ୟ ଯୋଗଦେଇଥିଲେ l

