ବ୍ରହ୍ମପୁର :- ମହାନଗର ନିଗମ 37ନମ୍ବର ୱାର୍ଡ ସ୍ଥିତ ଲାଞ୍ଜିପଲ୍ଲୀ ମାଁ ତାରାଦେବି ମନ୍ଦିର କଲ୍ୟାଣୀ ମଣ୍ଡପ ଠାରେ ପି. କ୍ରିଷ୍ଣା ରାଜ ୟୁଥ ଏସୋସିଏସନ ତରଫରୁ ଶୁକ୍ରବାର ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି !ଏହି ଅବସରରେ ୟୁଥ ଏସୋସିଏସନର ମୁଖ୍ୟ ପି. କ୍ରିଷ୍ଣା ରାଜ ରେଡିଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବ୍ରହ୍ମପୁରର ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗ ଦେଇଥିବା ବେଳେ ସର୍ମାନୀତ ଅତିଥିଭାବେ

ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ, ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ସରୋଜ ସାବତ,ପୂର୍ବତନ ଉପ ବାଚସ୍ପତି ରାମ ଚନ୍ଦ୍ର ପଣ୍ଡା, ପୂର୍ବତନ ବିଧାୟକ ଡ଼ଃ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଡେପୁଟି ମେୟର ଇ. ବିବେକ ରେଡି, ପୂର୍ବତନ ବିଡିଏ ଅଧକ୍ଷ ସୁବାଷ ଚନ୍ଦ୍ର ମହାରଣା, ସ୍ଥାନୀୟ କର୍ପୋରେଟର ବନିତା ସାହୁ ପ୍ରମୁଖ ଯୋଗ ଦେଇ ଏହି ରକ୍ତ ଦାନ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ !ସେହିପରି ନିମନ୍ତ୍ରିତ ଅତିଥିଭାବେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାନସଭା ପ୍ରାର୍ଥୀ ଶାକା ସୁଜିତ କୁମାର, ବରିଷ୍ଟ ଆଇନଜୀବୀ ନିରଞ୍ଜନ ପାଣିଗ୍ରାହୀ, ଡ଼ଃ. ଜି. କେ. ପାଣିଗ୍ରାହୀ, ସମାଜ ସେବିକା ଲଷ୍ମୀ ପାଢ଼ୀ, ଭଗବତ ପ୍ରସାଦ ସିଂ ଦେଓ, ଶଙ୍କର ପ୍ରସାଦ ପାଣିଗ୍ରାହୀ, ଲଡ଼ୁ କିଶୋର ପାଣିଗ୍ରାହୀ, ଶୁଭକାନ୍ତ ସିଂ ଦେଓ, ବି. ରାଜା ପାତ୍ର ପ୍ରମୁଖ ଯୋଗ ଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ !
ଏହି ରକ୍ତଦାନ ଶିବିରରେ ପ୍ରାୟ 81 ଜଣ ରକ୍ତଦାତା ମାନେ ଯୋଗ ଦେଇ ନିଜ ନିଜର ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ! ବ୍ରହ୍ମପୁର ବଡ଼ ମେଡିକାଲ କୁ ପ୍ରତିଦିନ ସହ ସହ ରୋଗୀ ଆସୁଥିବା ବେଳେ ରକ୍ତଭଣ୍ଡାରରେ ରକ୍ତ ର ଅଭାବ ରହିଥିବା ଯୋଗୁ ରୋଗୀ ମାନେ ରକ୍ତ ନ ପାଇ ଶେଷରେ ମୁର୍ତ୍ତୃ ବରଣ କରିଥାନ୍ତି ତେଣୁ କରି ବ୍ରହ୍ମପୁରର ସମସ୍ତ ଯୁବ ଗୋଷ୍ଟି ମାନେ ଏହି ପରି କାର୍ଯ୍ୟକ୍ରମ କରନ୍ତୁ ବୋଲି ୟୁଥ ଏସୋସିଏସନ ର ମୁଖ୍ୟ ପି. କ୍ରିଷ୍ଣା ରାଜ ଗଣମାଧ୍ୟମ ବ୍ୟକ୍ତି ଙ୍କୁ ସୂଚନା ଦେଇଛନ୍ତି ! ଏହି ରକ୍ତଦାନ ଶିବିରରେ ଶ୍ରଦ୍ଧାରାଣୀ ପଣ୍ଡା, ସାଗରୀକା ନନ୍ଦ, ପ୍ରଶାନ୍ତ ସାହୁ, ଦେବାଶିଷ ପାଣିଗ୍ରାହୀ, ରଂଜିତ ପ୍ରଧାନ, ପୀତବାସ ଗୌଡ଼, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଏମକେସିଜି ରକ୍ତ ଭଣ୍ଡାରର ବହୁ କର୍ମକର୍ତା ମାନେ ଉପସ୍ଥିତ ଥିଲେ!!!

