You are currently viewing ଖୋଲୁନି ମଣ୍ଡି, ମାଲେମାଲ ଆନ୍ଧ୍ର ବେପାରୀ।
ଖୋଲୁନି ମଣ୍ଡି, ମାଲେମାଲ ଆନ୍ଧ୍ର ବେପାରୀ।

ବେଗୁନିଆପଡ଼ା (୨୬/୧୨ /୨୦୨୨)
ବେଗୁନିଆପଡ଼ା ବ୍ଳକର ବେଗୁନିଆପଡ଼ା ଓ ସୁମଣ୍ଡଳ ପଞ୍ଚାୟତକୁ ଛାଡିଦେଲେ ଅନ୍ୟ କୌଣସି ପଞ୍ଚାୟତରେ ଏଯାଏଁ ଧାନମଣ୍ଡି ଖୋଲାଯାଇ ନାହିଁ। ବର୍ତ୍ତମାନ ସୁଦ୍ଧା ଧାନ ମଣ୍ଡି ଖୋଲିନଥିବା ଯୋଗୁଁ ଚାଷୀଙ୍କ ଧାନକୁ କମ୍ ଦରରେ ନେଇ ଯାଉଛନ୍ତି ଆନ୍ଧ୍ର ବେପାରୀ । ତେବେ ଧାନମଣ୍ଡି ଖୋଲାଯିବ ବୋଲି କହିଛନ୍ତି ବ୍ଲକ ଯୋଗାଣ ବିଭାଗ ଅଧିକାରୀ। ଅପରପକ୍ଷେ ୨ ଟି ମଣ୍ଡି ଖୋଲିଥିଲେ ମଧ୍ୟ କୌଣସି ଚାଷୀଙ୍କ ଠାରୁ ଧାନ କିଣା ଯାଇନି। ଚଳିତ ବର୍ଷ ବ୍ଲକରେ ୧ ଲକ୍ଷ ୬୩ ହଜାର କୁଇଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏଯାବତ ଚାଷୀଙ୍କ ଠାରୁ ଧାନ କ୍ରୟ କରାନଯିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଚାଷୀ।
ଚାଷୀ ଅମଳ କରିଥିବା ଧାନ ଖଳା ଏବଂ ରାସ୍ତାକଡ଼ରେ ପଡ଼ିରହିଛି। ଡିସେମ୍ବର ଶେଷ ହେବାକୁ ବସିଥିଲେ ମଧ୍ୟ ଜିଲାରେ ଧାନମଣ୍ଡି ଖୋଲିବା ପାଇଁ କୌଣସି ତତ୍ପରତା ଦେଖାଉନାହାନ୍ତି ବିଭାଗୀୟ ଅଧିକାରୀ। ଧାନ ମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀକୂଳ ଚିନ୍ତାରେ ଥିବା ବେଳେ ଆନ୍ଧ୍ରର ଧାନ ବ୍ୟବସାୟୀ ସକ୍ରିୟ ହୋଇଛନ୍ତି। ଆନ୍ଧ୍ରରୁ ବ୍ୟବସାୟୀମାନେ ଆସି ଚାଷୀମାନଙ୍କଠାରୁ ବହୁ କମ୍‌ ମୂଲ୍ୟରେ ଧାନ କିଣିବା ଆରମ୍ଭ କରିଛନ୍ତି। ପ୍ରଶାସନ ପକ୍ଷରୁ ଧାନ ମଣ୍ଡି ଖୋଲା ଯାଇ ନ ଥିବାରୁ ବାଧ୍ୟହୋଇ ଚାଷୀ କମ୍‌ ମୂଲ୍ୟରେ ବ୍ୟବସାୟୀଙ୍କୁ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛି।ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।