You are currently viewing ପିଜି ପରୀକ୍ଷାରେ ରେଙ୍କ-୨ ହାସଲ କଲେ ବୁରୁଡ଼ି ଗ୍ରାମର ଝିଅ ମଧୁସ୍ମିତା:
ପିଜି ପରୀକ୍ଷାରେ ରେଙ୍କ-୨ ହାସଲ କଲେ ବୁରୁଡ଼ି ଗ୍ରାମର ଝିଅ ମଧୁସ୍ମିତା:

ରମ୍ଭା, ତା. ୧୧. ୯. ୨୦୨୪. ଗଞ୍ଜାମ ବ୍ଲକ ଅନ୍ତର୍ଗତ ଏଚ.ବୁରୁଡ଼ି ଗ୍ରାମର ଝିଅ ମଧୁସ୍ମିତା ନାହାକ  ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ICAR- ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ଏଗ୍ରିକଲ୍ଚରାଲ୍ ରିସର୍ଚ୍ଚ)  ପୋଷ୍ଟ ଗ୍ରାଜୁଏଟ୍ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୨ ନମ୍ବର ଓ ସର୍ବଭାରତୀୟ ଓବିସି ବର୍ଗରେ ୧ ନମ୍ବର ପ୍ରମୁଖ ବିଷୟ ଗ୍ରୁପ କମ୍ୟୁନିଟି ସାଇନ୍ସରେ ରଖି ଉତୀର୍ଣ୍ଣ ହୋଇଛନ୍ତି। ଏବଂ ଅନ୍ୟୋନ୍ୟ ପରୀକ୍ଷାରେ, ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ କମନ୍ ୟୁନିଭର୍ସିଟି ଏଣ୍ଟ୍ରାନ୍ସ୍ ଏକ୍ସାମ୍ (CUET PG) ମଧ୍ୟରେ ଭଲ ର୍ୟାଙ୍କ ରଖି ସୁରକ୍ଷିତ ଆସନ ପାଇଛନ୍ତି।  ICAR UG ଛାତ୍ରୀ ଡାକ୍ତର ରାଜେନ୍ଦ୍ର ପ୍ରସାଦ୍ ସେନ୍ଟ୍ରାଲ୍ ଏଗ୍ରିକଲ୍ଚରାଲ୍ ବିଶ୍ୱବିଦ୍ୟାଳୟ ପୁସା ବିହାରର ଏକାଡେମିକ୍ ଟପର୍, ବ୍ୟାଚ୍ – 2020-24 ଏବଂ (ଗୋଲ୍ଡ୍ ମେଡାଲିଷ୍ଟ), ସ୍ଵର୍ଣ୍ଣ ପଦକଧାରୀ 8.518 OGPA ସହିତ ସଫଳତା ହାସଲ କରିଛନ୍ତି । ରମ୍ଭା ସ୍ଥିତ ରାଜୁ ଢ଼ାବା ମାଲିକ ପ୍ରଭାକରଙ୍କ ଝିଅ ମଧୁସ୍ମିତା ।ତାଙ୍କ ମା’ ମମତା ରାଉତରାୟ ଜଣେ ଗୃହିଣୀ ।ତାଙ୍କର ଏହି ସଫଳତାକୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟୁଛି।