You are currently viewing ଜନ ସଚେତନତାରେ ବ୍ରତି ହୋଇଛନ୍ତି ସଞ୍ଜୟ: ସାମାଜିକ ସଂସ୍ଥା “ଗଡ” ମାଧ୍ୟମରେ ପ୍ରକୃତି ସୁରକ୍ଷାରେ କରୁଛନ୍ତି ସଚେତନତା
ଜନ ସଚେତନତାରେ ବ୍ରତି ହୋଇଛନ୍ତି ସଞ୍ଜୟ: ସାମାଜିକ ସଂସ୍ଥା “ଗଡ” ମାଧ୍ୟମରେ ପ୍ରକୃତି ସୁରକ୍ଷାରେ କରୁଛନ୍ତି ସଚେତନତା

ଆସିକା,୭/୧- ବର୍ତମାନ ପ୍ରକୃତିର ସୁରକ୍ଷା ନେଇ ବିଭିନ୍ନ ସଂସ୍ଥା କାମ କରୁଥିବା ବେଳେ ଗୁଣ୍ଡୁଚି ମୂଷା ଭଳି ଦାୟିତ୍ୱ ନେଇ “ଗଡ” ନାମକ ଏକ ସାମାଜିକ ସଂସ୍ଥାର ପ୍ରତିଷ୍ଠାତା ସାମାଜିକ କର୍ମୀ ତଥା ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ବାବନପୁର ସରପଚଂ ସଞ୍ଜୟ କୁମାର ନାହକ ଜନ ସଚେତନତାରେ ବ୍ରତି ହୋଇଛନ୍ତି । ଏହି “ଗଡ” ସଂସ୍ଥା ମାଧ୍ୟମରେ ପ୍ରକୃତିର ସୁରକ୍ଷା ପାଇଁ ଏବେ ଜନସଚେତନତା କରୁଛନ୍ତି । “ଗଡ” ନାମକ ଏକ ସାମାଜିକ ସଂସ୍ଥା କରି ସେ ପ୍ରକୃତିକୁ ଭଗବାନ ସହ ତୁଳନା କରିବା ସହ ମିଳିମିଶି କାମ କରିବା ପାଇଁ ସମସ୍ତଙ୍କୁ ସଚେନତା କରୁଛନ୍ତି । ଏନେଇ ସେ ପ୍ରାଥମିକ ସ୍ତରରେ ଅନ୍ୟ ସଂଗଠାନିକ ସଂସ୍ଥା ସହ ଜଡିତ ହୋଇ ମଧ୍ୟ କାମ କରୁଛନ୍ତି । ପ୍ରକୃତି ହେଉଛି ପ୍ରକୃତ ଭଗବାନ ସମସ୍ତ ଧର୍ମ ପାଇଁ । ତେଣୁ ଏହାର ସୁରକ୍ଷା ହେଉଛି ଆମ ସମସ୍ତଙ୍କ ମୁଖ୍ୟ ଦାୟିତ୍ୱ । ବିଶ୍ୱର ଜଳବାୟୁ ପରିବର୍ତନ ,ପ୍ରାକୃତି ବିପର୍ଯ୍ୟୟ,ଅମ୍ଲଜାନ,ପାନୀୟ ଜଳ ଓ ଗୁଣବତା ଭିତିକ ଖାଦ୍ୟ ସାମଗ୍ରୀର ଉତ୍ପାଦନ ଦ୍ୱାରା ସମଗ୍ର ମାନବ ସମାଜ ବଚିଂବା ପାଇଁ ଗଡ ବା ଗ୍ରୀନ ଅର୍ଗାନିକ ଡିଭେଲପମେଟଂ ନାମକ ଏକ ସାମାଜିକ ସଂଗଠନର ପ୍ରତିଷ୍ଠାତା ତଥା ବାବନପୁର ସରପଚଂ ସଞ୍ଜୟ କୁମାର ନାୟକଙ୍କ ଦ୍ୱାରା ଉଦ୍ୟମ ବେଶ ପ୍ରଶଂସନୀୟ । ଏହାର ମୂଳ ଲକ୍ଷ୍ୟ ହେଉଛି ପ୍ରକୃତି ଓ ପରିବେଶକୁ ଗୁରୁତ୍ୱ ଦେବା । ଏକ ନୂତନ ଓ ଅଭିନବ ଉପାୟରେ ସମସ୍ତଙ୍କ ମନଭିତରେ ସଚେତନତା ଓ ଜୀବନ ଶୈଳୀରେ ପରିବର୍ତନ ଆଣିବା ଚେଷ୍ଟା କରାଯାଉଛି । ଏହି ଅନୁଷ୍ଠାନର ମୂଳ ଲକ୍ଷ୍ୟ ହେଉଛି “ପ୍ରକୃତି ହେଉଛି ପ୍ରକୃତ ଭଗବାନ ସମସ୍ତ ଧର୍ମ ପାଇଁ, ଯାହାକି ଏହି ଜୀବ ଜଗତ ବଚିଂବା ପାଇଁ ମନୁଷ,ଉଦ୍ଭିଦ ଜାତୀୟ ପ୍ରାଣୀ,ସାମୁଦ୍ରିକ ଜୀବ,ପକ୍ଷୀ ଜଗତ,ଜଙ୍ଗଲ ପ୍ରାଣି,ଗୃହ ପାଳିତ ପଶୁ ଓ ପକ୍ଷୀ,ସରିସୃପ,ଜାତୀୟ ପ୍ରାଣି ବଚିଂ ରହିବା ଦ୍ୱାରା ପରିବେଶରେ ଅନୁକୂଳ ପ୍ରଭାବ ପଡିଥାଏ । ସଞ୍ଜୟଙ୍କ ମତରେ ଭଗବାନ ରାମ,କୃଷ୍ଣ,ଯୀଶୁ,ବୁଦ୍ଧ,ଆଲ୍ଲା ଏହି ସମସ୍ତ ଭଗବାନ ଅଟନ୍ତି । କିନ୍ତୁ ପ୍ରକୃତ ଭଗବାନ ପ୍ରକୃତି ଅଟନ୍ତି ।ପ୍ରକୃତି ଯଦି ପ୍ରକୃତ ଭଗବାନ, ତାଙ୍କର ଅମୃତ ହେଉଛି ଶୁଦ୍ଧ ଅମ୍ଲଜାନ,ପାନୀୟ ଜଳ । ଏଥିପାଇଁ ସାମାଜିକ କର୍ମୀ ସଞ୍ଜୟ କୁାମର ନାୟକ ସମସ୍ତ ସ୍କୁଲ,କଲେଜ,ଶିକ୍ଷାନୁଷ୍ଠାନ ସମେତ ବିଭିନ୍ନ ସ୍ଥାନକୁ ଯାଇ ଛାତ୍ରଛାତ୍ରୀ ଓ ସମାଜର ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଭିତରେ ମାନବିକତା,ତ୍ୟାଗ ଓ ବଳିଦାନକୁ ଆଧାର କରି ଆମ ଜୀବନରେ ବଚିଂବା ସହିତ ପରିବେଶର ସୁରକ୍ଷା ଓ ବିକାଶ କିପରି ହୋଇ ପାରିବ ସେହି ଦିଗରେ କାର୍ଯ୍ୟ କରି ଆସୁଛନ୍ତି । ଏହି ଚିନ୍ତାଧାରାରେ ସାମିଲ ହୋଇ ସମସ୍ତ ଜାତି,ଧର୍ମ ନିର୍ବିଶେଷରେ ସମସ୍ତ ବ୍ୟକ୍ତି କିପରୀ ବିଶ୍ୱ ଏକତ୍ୱ ଦିଗରେ ଆଗକୁ ବଢିବେ,ପ୍ରକୃତି ଓ ପରିବେଶ ସୁରକ୍ଷା ଯାହା ଭବିଷ୍ୟତ ବା ଆଗାମୀ ପିଢୀ ପାଇଁ ବଚିଂବାରେ ସୁଯୋଗ ସୃଷ୍ଟି ହେବ ସେନେଇ ସଚେତନତା କରୁଛନ୍ତି । ଏହି ଅବସରରେ ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶ ଲାଲଙ୍କ ନିକଟକୁ ଯାଇ ପ୍ରକୃତି ସୁରକ୍ଷା ଉପରେ କହିବା ସହିତ ଆର୍ଶିବାଦ କାମନା କରିଥିଲେ । ରାଜ୍ୟପାଳ ଶ୍ରୀ ଗଣେଶ ଲାଲ ଏହି ଚିନ୍ତାଧାରା ଏକ ମହାନ ଓ ସମାଜର ଉକୃଷ୍ଟ ଚିନ୍ତାଧାରା ବୋଲି ଖୁସି ବ୍ୟକ୍ତ କରିଥିଲେ । ସମସ୍ତ ବ୍ୟକ୍ତି ଏହି ଚିନ୍ତାଧାରାରେ ସାମିଲ ହୋଇ ଆଗକୁ ବଢିବା ପାଇଁ ଆଶାବ୍ୟକ୍ତ କରିଛନ୍ତି । ଦେଶ ଓ ରାଜ୍ୟ ବାହାରେ ଏହି ସଂସ୍ଥାର ଲକ୍ଷ୍ୟ ଓ ଉଦ୍ଧେଶ୍ୟ ସାଧାନ ପାଇଁ ସମସ୍ତଙ୍କୁ ମିଳିମିଶି କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେବା ସହିତ ଏହି ଅନୁଷ୍ଠାନ “ଗଡ” ର ଉତୋରଉତର କାମନା କରିଥିଲେ ।