କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ଗୁଡିଆପଲ୍ଲୀ ଗ୍ରାମରେ IF IFFCO O ଓ IFFDC ତରଫରୁ ଏକ ପ୍ରାଣୀ ସ୍ବାସ୍ଥ୍ୟ ଚିକିଛା ଶିବିର କାର୍ଯ୍ୟକ୍ରମ ଅନୁସୂଚିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବୁଢାମ୍ୱ ସରପଞ୍ଚ ଶ୍ରୀ ଯଜ୍ଞ ପଣ୍ଡା, Dr ଶୁଭକାନ୍ତ ଆଚାର୍ଯ୍ୟ (BVO), ଆଶିଷ ପାତ୍ର(LI) ଓ ସ୍ଟାଫ୍ ମାନେ ଯୋଗ ଦେଇ 393 ଟି ଗାଈ, ଛେଳି, ମେଣ୍ଢା ଓ ମଇଷି ମାନଙ୍କୁ ଚିକିଛା କରି ମାଗଣାରେ ଔଷଧ ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ IFFDC ର ଶହ ପ୍ରବନ୍ଧକ ଶ୍ରୀ ମୁକେସ କୁମାର ଖାନା ଙ୍କ ନିର୍ଦେଶ କ୍ରମେ IFFDC ର କ୍ଷେତ୍ର ଅଧିକାରୀ ମାନେ ସୂଚାରୁ ରୂପେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଗୁଡିଆପଲ୍ଲୀ ଗ୍ରାମ ବାସି ମାନେ ପ୍ରଶଂସା କରିଥିଲେ । ରିପୋର୍ଟ ପ୍ରସନ୍ନ କୁମାର ଦାସ
