You are currently viewing ବିଶିଷ୍ଠ ସାହିତ୍ୟକାର, ସାମ୍ବାଦିକଙ୍କ ବିୟୋଗରେ ଶୋକ ।
ବିଶିଷ୍ଠ ସାହିତ୍ୟକାର, ସାମ୍ବାଦିକଙ୍କ ବିୟୋଗରେ ଶୋକ ।

ଆସିକା,୨୧/୧୧ ପ୍ରଖ୍ୟାତ କଥାକାର ତଥା ସାମ୍ବାଦିକ ମହାପାତ୍ର ଭାସ୍କର ଗନ୍ତାୟତଙ୍କ ବିୟୋଗରେ ଶୋକ ପ୍ରକାଶ କରାଯାଇଛି ।
ସ୍ବର୍ଗତ ଗନ୍ତାୟତଙ୍କ ବିୟୋଗରେ ପୂର୍ବତନ ଓଡିଶା ସାମ୍ବାଦିକ ସଂଘ(ଓ.ଯେ.ୟୁ.) ସମ୍ପାଦକ, ଗଞ୍ଜାମ ଶାଖା ସଭାପତି ଏବଂ ଗଞ୍ଜାମ ଜିଲ୍ଲା ସାମ୍ବାଦିକ ସଂଘ ପ୍ରମୁଖ ଶ୍ରୀ ପ୍ରଶାନ୍ତ କୁମାର ଭଟ୍ଟ , ପୂର୍ବତନ ଗଞ୍ଜାମ ଓ.ଯେ.ୟୁ ସାଧାରଣ ସମ୍ପାଦକ ଶ୍ରୀ ସୁଜିତ କୁମାର ବେହେରା, ପୂର୍ବତନ ଓ.ଯେ.ୟୁ କୋଷାଧ୍ୟକ୍ଷ ଶ୍ରୀ ଶକ୍ତି ପ୍ରସାଦ କର, ପୂର୍ବତନ ଓ.ଯେ.ୟୁ କୋଷାଧକ୍ଷ ଶ୍ରୀ ଗଙ୍ଗାଧର ଶତପଥୀ, ପୂର୍ବତନ ଓ.ଯେ.ୟୁ ସହ ସମ୍ପାଦକ ସନ୍ତୋଷ କୁମାର ମିଶ୍ର, ପୂର୍ବତନ ଓ.ଯେ.ୟୁ ଗଞ୍ଜାମ କାର୍ଯ୍ୟକାରୀ କମିଟି ସଦସ୍ୟ ଶିବାଜୀଗଣେଶ ପଣ୍ଡା, ଖେମୁଣ୍ଡି ମିଡିଆ ଗିଲ୍ଡ୍ ସଭାପତି ଶକ୍ତି ପ୍ରସାଦ ରଥ, ପାତ୍ରପୁର ସଦସ୍ୟ କ୍ଷୀରମଣୀ ନାୟକ, ବିପିନି ଦାସ, ସାନଖେମୁଣ୍ଡି ପ୍ରେସ୍ କ୍ଳବ ପୂର୍ବତନ ସଭାପତି ବିନାୟକ ଦାସ, ବିଶିଷ୍ଟ ଶ୍ରମିକ ନେତା ତଥା ପୂର୍ବତନ ପାଟପୁର ପ୍ରେସ୍ କ୍ଳବ ସାମ୍ବାଦିକ ସଭାପତି ସନ୍ତୋଷ ଦାସ, ସାନଖେମୁଣ୍ଡି ପ୍ରେସ୍ କ୍ଳବ ସଭାପତି ପଦ୍ମଲୋଚନ ପାଣିଗ୍ରାହୀ ପ୍ରମୁଖ ଶୋକପ୍ରକାଶ କରିବା ସହ ଅମର ଆତ୍ମାର ସଦଗଦି କାମନା କରିଛନ୍ତି । ଏବଂ ତାଙ୍କ ପରିବାର ଧର୍ଯ୍ୟହରା ନହୋଇ ସେହି ଗନ୍ତାୟତଙ୍କ ଅଧୁରା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ସହ ସମବେଦନା ଜ୍ଞାପନ କରିଛନ୍ତି ।