ବାଲେଶ୍ବର ଠାରେ କରମଣ୍ଡଳ ଏକ୍ସପ୍ରେସ,ଶାଲିମାର ଏକ୍ସପ୍ରେସ ଓ ମାଲବାହୀ ଟ୍ରେନ୍ ସହ ମର୍ମନ୍ତୁଦ ଦୁର୍ଘଟଣା ଅତ୍ଯନ୍ତ ହୃଦୟ ବିଦାରକ। ଏହି ପରି ଏକ ଦୁଃଖଦ ସମୟରେ ରାଜ୍ୟ, ସାରା ଦେଶ ଓ ବିଦେଶରେ ଶୋକ ପ୍ରକାଶ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନ ୧ ଘଣ୍ଟା ସମୟରେ କୋଦଳା ଏନଏସି କାର୍ଯ୍ଯାଳୟ ଠାରେ ଏକ ଶୋକ ସଭା ପାଳନ କରାଯିବା ସହ ଏଥିରେ ମୃତ୍ୟୁ ବରଣ କରିଥିବା ଶହ ଶହ ମୃତକଙ୍କ ଅମର ଆତ୍ମାର ସଦ୍ ଗତି କାମନା କରାଯାଇଛି। କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ, ବହୁ କାଉନସିଲର ଓ ଏନଏସି କର୍ମଚାରୀ ଏଥିରେ ସାମିଲ ହୋଇ ଘଟଣାକୁ ଅତି ଦୁର୍ଭାଗ୍ୟ ଜନକ କହିବା ସହିତ ମୃତ ବ୍ଯକ୍ତିଙ୍କ ପାଇଁ ନିରବ ପ୍ରାର୍ଥନା କରାଯାଇଛି। ଏଥି ସହିତ ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା ମଧ୍ୟ କରାଯାଇଛି।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟଆଇ ଜେ ବି ନିୟୁଜ ।
