You are currently viewing ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଯୋଗ ଦେଲେ 4 ଡାକ୍ତର,24 ଘଣ୍ଟା ନ ପୂରୁଣୁ ଜଣକୁ ଡେପୁଟେସନ, ଖଲ୍ଲିକୋଟ ରେ ତୀବ୍ର ଅସନ୍ତୋଷ |
ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଯୋଗ ଦେଲେ 4 ଡାକ୍ତର,24 ଘଣ୍ଟା ନ ପୂରୁଣୁ ଜଣକୁ ଡେପୁଟେସନ, ଖଲ୍ଲିକୋଟ ରେ ତୀବ୍ର ଅସନ୍ତୋଷ |

ଖଲ୍ଲିକୋଟ :27/1 ଦୀର୍ଘଦିନ ର ଦାବି ପରେ ଗତ 4 ଦିନ ତଳେ ଖଲ୍ଲିକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ରେ 4 ଜଣ ଏମ ବି ବି ଏସ ଡାକ୍ତର ଯୋଗ ଦେଇଥିଲେ |ତେବେ ଡାକ୍ତର ମାନେ ଯୋଗ ଦେବାର 24 ଘଣ୍ଟା ନ ପୂରୁଣୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ଙ୍କୁ ବ୍ରହ୍ମପୁର ନଗର ଚିକିତ୍ସାଳୟ ଜିଲ୍ଲା ଚିକିତ୍ସାଧିକାରୀ ଙ୍କ ନିର୍ଦେଶକ୍ରମେ ଡେପୁଟେସନ କୁ ନେଇ ଖଲ୍ଲିକୋଟ ବ୍ଲକ ଅଂଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି |ସୂଚନା ଅନୁଯାୟୀ ଖଲ୍ଲିକୋଟ ଡାକ୍ତରଖାନା କୁ ଅଙ୍କିତା ପାଢ଼ୀ, ସୌରଭ ପଟ୍ଟନାୟକ, ଆୟୁଷ୍ମାନ ପାଣିଗ୍ରାହୀ ଓ ବେଦାନ୍ତ ପରିଡା ଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ନିଯୁକ୍ତି ମିଳିଲା | ତେବେ ଗଞ୍ଜାମ ଜିଲ୍ଲା ର 26 ଟି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର କୁ ପ୍ରାୟ 156 ଡାକ୍ତର ଙ୍କ ମଧ୍ୟରୁ କୌଣସି ଡାକ୍ତର ଙ୍କୁ ଡେପୁଟେସନ ହୋଇ ନଥିବା ବେଳେ ଖଲ୍ଲିକୋଟ ଡାକ୍ତର ଖାନା ରେ ନିଯୁକ୍ତି ପାଇଥିବା ଡାକ୍ତର ବେଦାନ୍ତ ପରିଡା ଙ୍କୁ ଡେପୁଟେସନ ହେବା ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି |ରାଜ୍ୟ ସରକାର ଖଲ୍ଲିକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟ କୁ 5T ରେ ରୂପାନ୍ତରୀଣ କରି ପୁରୁଣା କୋଠା ରେ 2 କୋଟି 50 ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବେଳେ 4 ଏକର ଜମି ଅଧିଗ୍ରହଣ କରି “ଆମ ହସ୍ପିଟାଲ “କରିବା ପାଇଁ 16 କୋଟି 17 ଲକ୍ଷ ଟଙ୍କା ମଂଜୁର ହୋଇଛି | ସେହିପରି 16 ନମ୍ବର ଜାତୀୟ ରାଜପଥ ଓ ଘାଟି ରାସ୍ତା ରେ ନିୟମିତ ରାସ୍ତା ଦୁର୍ଘଟଣା କୁ ଆଖି ଆଗରେ ରଖି ସ୍ଵାସ୍ଥ୍ୟ କେନ୍ଦ୍ର ରେ ଏକ ଟ୍ରମା କେୟାର ୟୁନିଟ ପ୍ରତିଷ୍ଠା କରିବା ପାଇଁ ନିଷ୍ପତି ହୋଇଛି | ଈତି ମଧ୍ୟରେ ଏକ ଡିଜିଟାଲ ଏକ୍ସ -ରେ ର ଆବଶ୍ୟକତା ଥିବା ବେଳେ ଅଲଟ୍ରା ସାଉଣ୍ଡ ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ଓ ଭିତିଭୂମି ସଜଡା ଯାଇ ଥିବା ବେଳେ ଅନୁମୋଦିତ 5 ଗୋଟି ବିଶେଷଜ୍ଞ ପଦବୀ ମଧ୍ୟ ରୁ ଜଣେ ମାତ୍ର ସ୍ତ୍ରୀ ଓ ପ୍ରସୂତି ବିଭାଗ ସବୁ ବର୍ଗ ରୋଗୀଙ୍କୁ ଚିକିତ୍ସା ବୁଝିବାକୁ ପଡ଼ୁଛି |ଡାକ୍ତର ଅଭାବ ସମସ୍ୟା କୁ ଆଖି ଆଗରେ ରଖି ଚାରି ଜଣ ଡାକ୍ତଙ୍କୁ ନିଯୁକ୍ତି ମିଳିଥିବା ବେଳେ ଜଣେ ଡାକ୍ତର ଖଲ୍ଲିକୋଟ ରୁ ଦରମା ନେଇ ବ୍ରହ୍ମପୁର ସିଟି ହସ୍ପିଟାଲ ରେ କାମ କରିବା ପାଇଁ ଡେପୁଟେସନ ହୋଇଛି | ଏ ନେଇ ଜିଲ୍ଲା ଚିକିତ୍ସାଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳିପାରିନି |ଏହି ଡେପୁଟେସନ ପାଇଁ ସ୍ୱାସ୍ଥ୍ୟ ବିଭାଗ ର ବଡ଼ପଣ୍ଡା ମାନେ କୁଆଡେ ମୋଟା ଅଙ୍କ ନେଇଥିବା ସାଧାରଣ ରେ ଅଭିଯୋଗ ହେଉଛି | ତୁରନ୍ତ ଡାକ୍ତର ଙ୍କ ଡେପୁଟେସନ ବାତିଲ କରି ଡାକ୍ତରଙ୍କୁ ଖଲ୍ଲିକୋଟ ରେ ପୁନଃ ଅବସ୍ଥାପିତ କରାଗଲେ ଖଲ୍ଲିକୋଟ ର ସଚେତନ ବୁଦ୍ଧିଜୀବୀ ଆନ୍ଦୋଳନ ଆବୋରି ନେବେ ବୋଲି ସୂଚନା ମିଳିଛି |
(ରିପୋର୍ଟ -ମାଧବ ବେହେରା ଖଲ୍ଲିକୋଟ, ଗଞ୍ଜାମ )