You are currently viewing ଉପଖଣ୍ଡ ଚିକିତ୍ସାଳୟରେ ଅବ୍ୟବସ୍ଥା
ଉପଖଣ୍ଡ ଚିକିତ୍ସାଳୟରେ ଅବ୍ୟବସ୍ଥା

ଆସିକା,୨୮/୧୧ (ଶକ୍ତି ପ୍ରସାଦ କର)
ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଅବ୍ୟବସ୍ଥା ଦିନକୁ ଦିନ ବଢିବାରେ ଲାଗିଛି । ଅଭିଯୋଗରୁ ପ୍ରକାଶ ଏହି ଡାକ୍ତରଖାନାରେ ୧୮ ଡାକ୍ତର ରହିବାକୁଥିବା ବେଳେ ବର୍ତ୍ତମାନ ମାତ୍ର ୪ଜଣ ଡକ୍ଟର କାର୍ଯ୍ୟକରୁଛନ୍ତି । ଏହାଦ୍ବାରା ଲୋକେ ଅସୁବିଧାର ସମ୍ମୁଖୀନ ହୋଇ ବେଆଇନ ଭାବେ ଖୋଲିଥିବା ଔଷଧ ଦୋକାନୀ ମାନେ ବାହାରୁ ଡକ୍ଟର ଆଣି ଚିକିତ୍ସା କରାଯାଉଥିବା ଜଣାଯାଇଛି । ଏପରିକି ଏହି ଡାକ୍ତରଖାନାରେ ଦୀର୍ଘ ମାସହେଲା ଏକ୍ସରେ ବିଭାଗ ସମ୍ପୂର୍ଣ୍ଣ ଅଚଳ ଦର୍ଶାଇ ବିଭାଗକୁ ବନ୍ଦ କରାଯାଇଛି । ପକ୍ଷନ୍ତରେ ନୂତନ ଡିଜିଟାଲ ଏକ୍ସରା ମିସିନ୍ ଏଠାକୁ ବର୍ଷାଧିକ ପୂର୍ବରୁ ଆସିଥିଲେ ମଧ୍ୟ ତାକୁ ସ୍ଥାପନ କରାଯାଉନାହିଁ । କିନ୍ତୁ ଅନ୍ୟପକ୍ଷରେ ୫ଟି କାର୍ଯ୍ୟ ଆଳାରେ ଅପେଟରକୁ ବିନା କାମରେ ଦରମା ଦିଆଯାଉଛି । ଏହି ଡାକ୍ତର ଖାନାକୁ ଦୈନିକ ୩୦୦ରୁ ଉର୍ଦ୍ଧ ପ୍ରସ୍ତୁତି ରୋଗୀ ଆସୁଥିଲେ ମଧ୍ୟ ଏଠାରେ ପ୍ରସ୍ତୁତିବିଭାଗର ଡକ୍ଟର ନଥିବାରୁ ଲୋକେ ବାଧ୍ୟହୋଇ ବେଆଇନ ଘରୋଇ କ୍ଳନିକ୍ କୁ ଚିକିତ୍ସା ପାଇଁ ଯାଉଛନ୍ତି ।

ଏହି ଘଟଣା ବାରମ୍ବାର ଖବର କାଗଜ ଏବଂ ବିଭିନ୍ନ ଗଣ ମାଧ୍ୟମରେ ପ୍ରଶାରଣ ହେଉଥିଲେ ମଧ୍ୟ କତ୍ତୄପକ୍ଷ ଏଥିନେଇ ଦୃଷ୍ଟି ନଦେବା କ୍ଷଭୋର ବିଷୟ । ଏହି ପରିପ୍ରେକ୍ଷୀରେ ବିଭାଗୀୟ ଅଧିକାରୀ ଘଟଣାର ଗୁରୁତ୍ୱକୁ ଉପଲବ୍ଧ କରି ପଦକ୍ଷେପ ନେଲେ ରୋଗୀମାନେ ଉପକୃତ ହୁଅନ୍ତେ ବୋଲି ଲୋକମତ ପ୍ରକାଶ ପାଉଛି ।