କଟକ ତା ୧୩-୦୧-୨୦୨୪ ରିଖ ନିଖିଳ ଉତ୍କଳ ବାରିକ ସମିତି, କଟକ ଜିଲ୍ଲା ଶାଖାର କାର୍ଯ୍ୟକାରିଣୀ ସଭା ଶିଳ୍ପୀକୁମ୍ଭାର ସାହିସ୍ଥିତ ସର୍ଜନା ଏଜୁକେସନ ପରିସରରେ ପୂୂନଃନିର୍ବାଚିତ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଅକ୍ଷୟ କୁମାର ବାରିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସାଧାରଣ ସଂପାଦକ ଶ୍ରୀଯୁକ୍ତ ଜନ୍ମେଜୟ ବେଜ ସଭାର ଉଦ୍ଦେଶ୍ଯ ବୁଝାଇବା ସହିତ ସମିତିର ପୂର୍ଣ୍ଣାଙ୍ଗ କାର୍ଯ୍ୟକାରିଣୀର ପଦବୀ ପ୍ରଦାନ ପୂର୍ବକ ବ୍ୟକ୍ତିବିଶେଷ ଙ୍କ ନାମ ଘୋଷଣା କରିଥିଲେ । ଜିଲ୍ଲା ସଂପାଦିକା ସୁଶ୍ରୀ ବିନୋଦିନୀ ବାରିକ, ଉପସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ ବାରିକ, ଦେବାଶିଷ ବାରିକ, ମନୋଜ ବାରିକ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ନବକିଶୋର ବାରିକ, ସହସଂପାଦକ ଶ୍ରୀଯୁକ୍ତ ଅମିତ ବାରିକ, ସଂଗଠନ ସଂପାଦକ ଶ୍ରୀଯୁକ୍ତ ଶ୍ରୀବତ୍ସ ବାରିକ, ମହାନଗର ମହିଳା ସଭାନେତ୍ରୀ ଶ୍ରୀମତୀ ଲକ୍ଷ୍ମୀପ୍ରୀୟା ବାରିକ, କାର୍ଯ୍ୟକାରୀ କମିଟିର ସଦସ୍ଯା ଶ୍ରୀମତୀ ମଧୁସ୍ମିତା ବାରିକ, ଲକ୍ଷ୍ମୀ ବାରିକ, ପଦ୍ମିନୀ ବାରିକ, ମନୋରମା ବାରିକ, ରିନା ବାରିକ, ରିଙ୍କି ବାରିକ, ମମତା ବାରିକ, କଟକ ମହାନଗର ୨ ନମ୍ବର ଜୋନ ସଭାପତି ଶ୍ରୀଯୁକ୍ତ ତ୍ରିନାଥ ବାରିକ, ସଂପାଦକ ପତିତପାବନ ମିର୍ଦ୍ଧା, ୩ ନମ୍ବର ଜୋନ୍ ସଭାପତି ଶ୍ରୀଯୁକ୍ତ ଯୋଗେନ୍ଦ୍ର ବାରିକ, ସଂପାଦକ ଶ୍ରୀଯୁକ୍ତ ସୌମ୍ୟରଂଜନ ବାରିକ ପ୍ରମୁଖ । ଉପଦେଷ୍ଟା ମଣ୍ଡଳୀ ରେ ସର୍ବଶ୍ରୀ କାଳୀ ପ୍ରସନ୍ନ ବାରିକ, ଯତୀନ୍ଦ୍ରନାଥ ବାରିକ, ଶ୍ରୀଧର ବାରିକ, ମଧୁସୂଦନ ବାରିକ, ବିଜୟ କୁମାର ବାରିକ (ପଞ୍ଚବଟୀ), ବଂଶୀଧର ବାରିକ, ସନ୍ତୋଷ ସାମନ୍ତରାୟଙ୍କୁ ମନୋନୀତ କରାଯାଇ ଥିଲା । ଅନ୍ୟମାନଙ୍କ ମଧ୍ଯରୁ ପରବର୍ତ୍ତୀ ସମୟରେ ଆହୁରୀ ଅଧିକ କର୍ମକର୍ତ୍ତା ନିଆଯାଇ ସେମାନଙ୍କ ନାମ ଘୋଷଣା କରାଯିବ ବୋଲି ଜିଲ୍ଲା ସାଧାରଣ ସଂପାଦକ ଶ୍ରୀଯୁକ୍ତ ବେଜ କହିଥିଲେ । ରାଜ୍ଯ କର୍ମକର୍ତ୍ତାଙ୍କ ଦ୍ବାରା ନବିନ ଓଡିଶାର ମାନ୍ୟବର ଅଧ୍ୟକ୍ଷ ଶ୍ରୀଯୁକ୍ତ ପାଣ୍ଡିଆନ୍ ଙ୍କୁ କରାଯାଇଥିବା ଦାବୀର ଖୁସିଖବର ତୁରନ୍ତ କାର୍ଯ୍ଯକାରୀ କରାଯିବାକୁ ସଭାରେ ଉଦବେଗ ପ୍ରକାଶ ପାଇଥିଲା । ଫେବୃଆରୀ ୭ ତାରିଖ ରେ ବଡମ୍ବା ସ୍ଥିତ ରାମନାଥ, ସିଂହନାଥ ଓ ବୈଦନାଥ ବଣ ଭୋଜିରେ ଶତାଧିକ ଭାଇଭଉଣୀଙ୍କୁ ନେଇ ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଶେଷରେ ଉପସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ ବାରିକ ଧନ୍ୟବାଦ ଦେବା ପରେ ସଭା ସାଙ୍ଗ ହୋଇ ଥିଲା ।
