ସାନଖେମୁଣ୍ଡି :(ରଘୁନାଥ ନାୟକ) ଗଞ୍ଜାମ ସାନଖେମୁଣ୍ଡି ପୋଡ଼ାମାରୀ ଗ୍ରାମ ପଞ୍ଚାୟତ, ପଲ ଚାରିଟି ଇଣ୍ଡିଆ ଫାଉଣ୍ଡେସନ ଓ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଳ ହିଞ୍ଜିଳିକାଟୁ ଙ୍କ ମିଳିତ ଆନୁକୂଲ୍ୟରେ ଏକ ମାଗଣା ଗ୍ଳୁକୋମା ଓ ପରଳ ଚକ୍ଷୁ ପରୀକ୍ଷା ଶିବିର ସ୍ଥାନ- ପୋଡ଼ାମାରୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ

ଆଜି ଆୟୋଜନ କରାଯାଇଅଛି. ଉକ୍ତ ଶିବିରକୁ ଶ୍ରୀ ସବ୍ୟସାଚୀ ମଲ ଥାନା ଅଧିକାରୀ ପାଟପୁର ଙ୍କ ଦ୍ଵାରା ଦ୍ବୀପପ୍ରଜ୍ବଳନ ସହ କାର୍ୟକ୍ରମ ଆରମ୍ଭ କରାଗଲା, ଇଏଥିରେ ସମସ୍ତ ପ୍ରକାର ଚକ୍ଷୁ ର ପରୀକ୍ଷା ନିଃଶୁଳ୍କ କରାଗଲା. ମୋଟ ୧୦୧ ଜଣ ଙ୍କର ଚକ୍ଷୁ ପରୀକ୍ଷା କରଗଲା. ମୋଟ ୨୦ ଙ୍କୁ ଚସମା ଦିଆ ଗଲା, ମୋଟ ୫୫ ଙ୍କୁ ପରଳ ବା ମୋତିଆବିନ୍ଦୁ ଚିହ୍ନଟ କରାଗଲା ଓ ଆଜି ୩୦ ଜଣ ଙ୍କୁ ଅସ୍ତ୍ର ପଚାର ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ହସ୍ପିଟାଲ୍ କୁ ଗଲେ. ମୋଟ ୨୮ ଜଣ ଙ୍କର ଗ୍ଳୁକୋମା ଚକ୍ଷୁ ପରୀକ୍ଷା କରଗଲା ଓ ଫୋଟ ସଙ୍ଗ୍ରହ କରଗଲା. ୮ ଜଣ ଙ୍କର ରେଟୈନା ଚେକ ଅପ କରଗଲା

