You are currently viewing ବରିଷ୍ଠ କମ୍ୟୁନିଷ୍ଟ ନେତା ସାଥି ହରିଜେନାଙ୍କ ବିୟୋଗ
ବରିଷ୍ଠ କମ୍ୟୁନିଷ୍ଟ ନେତା ସାଥି ହରିଜେନାଙ୍କ ବିୟୋଗ

ସାନଖେମୁଣ୍ଡି ୮/୨ଜଣେ ଲୋକ କଥାର ବାର୍ତ୍ତାବହ ତଥା ଗୀତରେ ଗୀତରେ କଥା କହୁଥିବା ଗଞ୍ଜାମ ଜିଲ୍ଲାର ଜଣେ ଜଣା ଶୁଣା କମ୍ୟୁନିଷ୍ଟ ନେତା ସାଥି ହରିଜେନାଙ୍କ ବୁଧବାର ପ୍ରଭାତରେ ଦେହାନ୍ତ ହୋଇଯାଇଛି Iସାନଖେମୁଣ୍ଡି ଅଞ୍ଚଳ ଆଡ଼ପଡା ଗ୍ରାମରେ ଜଣେ ଗରୀବ ପରିବାରରେ ପିତା ଈଶ୍ୱର ଜେନାଙ୍କ ଠାରୁ ଜନ୍ମିତ ହରିଜେନା ପିଲାଟି ବେଳରୁ ଗଞ୍ଜାମ ଜିଲ୍ଲା ରୟତ ଆନ୍ଦୋଳନର ପୁରୋଧା ସ୍ବର୍ଗତ ସାଥି ଗୋବିନ୍ଦ ପ୍ରଧାନ ହରିହର ଦାଶ ସର୍ଦ୍ଧାର ଦଣ୍ଡପାଣି ସ୍ଵାଇଁ ସଦାନନ୍ଦ ମହାନ୍ତି ବିଶ୍ଵନାଥ ସାହୁଙ୍କ ସହଯୋଗୀ ଭାବେ କାର୍ଯ୍ୟ କରି ଶେଷ ଜୀବନ ପର୍ଯ୍ୟନ୍ତ ଜଣେ କମ୍ୟୁନିଷ୍ଟ ହିସାବରେ ସକ୍ରିୟ ରହିଥିଲେ I
2015 ମସିହାରେ ତାଙ୍କ ସ୍ତ୍ରୀ ପଦ୍ମାବତୀ ଜେନାଙ୍କ ବିୟୋଗ ଘଟିସାରିଥିବା ବେଳେ ଗତ କିଛି ଦିନ ଧରି ସେ ପକ୍ଷାଘାତ ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ଥିବାବେଳେ 87 ବର୍ଷ ବୟସରେ ଗତକାଲି ରାତ୍ରିର ଶେଷ ପ୍ରହରରେ ପରଲୋକ ପ୍ରାପ୍ତି ହୋଇଛନ୍ତି I
ସେ ଯେତିକି ହାସ୍ୟ ରସାତ୍ମକ ଥିଲେ ସେତିକି ସ୍ପଷ୍ଟବାଦୀ କମ୍ୟୁନିଷ୍ଟ ହିସାବରେ ସମଗ୍ର ଅଞ୍ଚଳରେ ପରିଚିତ ଥିଲେ । କୃଷକ ଆନ୍ଧୋଳନ ସମେତ କମ୍ୟୁନିଷ୍ଟ ପାର୍ଟିର ଅଗ୍ରଗଣ୍ୟ ନେତା ଭାବେ ଗଞ୍ଜାମ ଓ ଓଡ଼ିଶାରେ ପରିଚିତ ଥିଲେ।ସାଥି ହରିଜେନାଙ୍କ ବିୟୋଗ ରେ କେବଳ କମ୍ୟୁନିଷ୍ଟ ପାର୍ଟି ମହଲରେ କାହିଁକି ସମଗ୍ର ସାନଖେମୁଣ୍ଡି ଗଞ୍ଜାମ ଅଞ୍ଚଳ ଜଣେ ଜନପ୍ରିୟ ନେତାଙ୍କୁ ହରାଇଲା ବୋଲି ମତ ପ୍ରକାଶ ପାଇଛି।
ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳ ଓ ସିପିଆଇ ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା ରାଜ୍ୟ ସମ୍ପାଦକ ଅଭୟ ସାହୁ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ପ୍ରଶାନ୍ତ ପାଟଯୋଷି ଯୁବ ସଂଘ ଜାତୀୟ ଉପସଭାପତି ପ୍ରଦୀପ ସେଠୀ ଜିଲ୍ଲା ସଭାପତି କାମଦେବ ନାହାକ ଜୋନ ସମ୍ପାଦକ କୈଳାଶ ପାତ୍ର ଅନନ୍ତ ମହାଙ୍କୁଡ ବୃନ୍ଦାବନ ପଣ୍ଡା ଅଶୋକ ଜେନା ଭଗବାନ ରାଉତ ବିନାୟକ ଦାଶ ପାଣ ସେଠି ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ଵାଇଁ ଅଖିଳ ଭାରତ କୃଷକ ସଭା ଜିଲ୍ଲା ସଭାପତି ଶ୍ରୀହର୍ଷ ରଥ ସମ୍ପାଦକ ରାଜୀବ ଲୋଚନ ପଣ୍ଡା ଶ୍ରମିକ ନେତା ଅଳକ ନାଥ ମିଶ୍ର ଖଲିକୋଟ ଜୋନ ସମ୍ପାଦକ ଦୁର୍ଗା ଚରଣ ପାତ୍ର ଙ୍କ ସମେତ ପୂର୍ବତନ ସାଂସଦ ନିତ୍ୟାନନ୍ଦ ପ୍ରଧାନ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି।