You are currently viewing <em>ସମସ୍ତ ଶିଶୁଙ୍କ ସୁରକ୍ଷା ପାଇଁ ମାନବ ଶୃଙ୍ଖଳ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମ</em>
ସମସ୍ତ ଶିଶୁଙ୍କ ସୁରକ୍ଷା ପାଇଁ ମାନବ ଶୃଙ୍ଖଳ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମ

ବ୍ରହ୍ମପୁର (ଅମିତ୍ କୁମାର ସାହୁ) : ୧୩/୧୧/୨୨ : ସମସ୍ତ ଶିଶୁ ଙ୍କ ଯତନ ଓ ସୁରକ୍ଷା ପାଇଁ ଶିଶୁ ଅଧିକାରକୁ ସୁନିଶ୍ଚିତ କରିବା ସକାଶେ ଆଜି ସ୍ତାନୀୟ ସ୍ଵେଚ୍ଛାସେବୀ ସଂଗଠନ ଆଇଏସଆରଡି, ଚାଇଲ୍ଡଲାଇନ , ୱାନ୍ ସ୍ଟପ ସେଣ୍ଟର (ସଖୀ) ମିଳିତ ଆନୁକୁଲ୍ୟରେ ଏକ ମାନବ ଶୃଙ୍ଖଳ ସହ ପଦଯାତ୍ରା ଓ ପଥ ପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ତଥା ରାଜ୍ୟ ଯୋଜନା ବୋର୍ଡ ର ସଦସ୍ୟ ମାନ୍ୟବର ଶ୍ରି ଯୁକ୍ତ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ପତାକା

ଦେଖାଇ ଶୁଭାରମ୍ଭ କରିଥିଲେ । ଶତାଧିକା କିଶୋରୀ ବାଳିକା ମାନଙ୍କୁ ନେଇ ଶଶିଭୂଷଣ ରଥ ମହିଳା ମହାବିଦ୍ୟାଳୟ ଠାରୁ ବାହାରି ଶିଶୁ ଶ୍ରମିକ ବିରୋଧ,ବାଲ୍ୟ ବିବାହ ବିରୋଧ, ମାନବ ଚାଲାଣ ପ୍ରତିରୋଧ ସ୍ଲୋଗାନ ଦେଇ ରେଳ ବାଇ ପ୍ରାଥମିକ ବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ମହାନଗର ନିଗମର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ ଯୋଗ ଦେଇ ବ୍ରହ୍ମପୁର ସହରର ସମସ୍ତ ଶିଶୁଙ୍କ ସୁରକ୍ଷା ଉପରେ ଗୁରୁତ୍ଵ ଆରୋପ କରିଥିଲେ ଏବଂ ସେ ଆଗାମୀ ଦିନରେ ବ୍ରହ୍ମପୁର ମହାନଗର ତରଫରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରିବା ପାଇଁ ପ୍ରବର୍ତ୍ତାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ କାଜୁ ନିଗମ ଅଧ୍ୟକ୍ଷ ମାନ୍ୟବର ଶ୍ରୀ ସୁବାସ ଚନ୍ଦ୍ର ମହାରଣା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ବିଶେଷ କରି ବ୍ରହ୍ମପୁର ସହରରେ ମାନବ ଚାଲାଣ ରୋକିବା, ଶିଶୁ ଶ୍ରମିକ ମୁକ୍ତ, ବାଲ୍ୟବିବାହ ମୁକ୍ତ ପ୍ରତିରୋଧ କରିବା ପାଇଁ ଆଜିର ଏହି କାର୍ଯ୍ୟକ୍ରମରେ ନିଷ୍ପତ୍ତି ନିଆଗଲା । ଆଇଏସଆରଡି ନିର୍ଦ୍ଦେଶକ ଶ୍ରୀ ସୁଧୀର ସାବତ,ୱାନ୍ ସ୍ଟପ ସେଣ୍ଟର (ସଖୀ) ମୁଖ୍ୟ ପରିଚାଳିକା ଶ୍ରୀମତୀ ମହେଶ୍ୱତା ପାଢ଼ୀ, ପ୍ରତ୍ୟୁଷ ସଂସ୍ଥା ମ୍ୟାନେଜର ଶ୍ରୀ ଏସ ଜଗନ୍ନାଥ ରାଓ, ରେଳବାଇ ମୁଖ୍ୟ ଟିକଟ ନିରୀକ୍ଷକ ଶ୍ରୀ ବସନ୍ତ ଶତପଥି, ବରିଷ୍ଠ ଷ୍ଟେସନ ମ୍ୟାନେଜର ଶ୍ରୀ ଦୁର୍ଗା ପ୍ରସାଦ ବ୍ରହ୍ମା, ଶିକ୍ଷୟତ୍ର ଶ୍ରୀମତୀ ଗୀତାଞ୍ଜଳି ପାତ୍ର, ଅଙ୍ଗନବାଡି କର୍ମୀ ଶ୍ରୀମତୀ ମାମ୍ମି ନାହାକ,ଚାଇଲ୍ଡଲାଇନ କର୍ମୀ, ୱାନ୍ ସ୍ଟପ ସେଣ୍ଟର (ସଖୀ) କର୍ମୀ ବୃନ୍ଦ ପ୍ରମୁଖ ଯୋଗଦାନ କରିଥିଲେ ।