You are currently viewing ଅବସରପ୍ରାପ୍ତ ଶିକ୍ଷକ ତଥା ପୁରସ୍କାର ବିତ ପଣ୍ଡିତ ମଧୁସୂଦନଙ୍କ ପରଲୋକ
ଅବସରପ୍ରାପ୍ତ ଶିକ୍ଷକ ତଥା ପୁରସ୍କାର ବିତ ପଣ୍ଡିତ ମଧୁସୂଦନଙ୍କ ପରଲୋକ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ପଦ୍ମନାଭପୁର ପଞ୍ଚାୟତ ଭୀମପୁର ଶାସନ ବାସିନ୍ଦା ଅବସରପ୍ରାପ୍ତ ଶିକ୍ଷକ ତଥା ପୁରସ୍କାର ବିତ ପଣ୍ଡିତ ମଧୁସୂଦନ ରଥ ଶର୍ମାଙ୍କ ଶନିବାର ବିଳମ୍ବିତ ସନ୍ଧ୍ୟାରେ ନିଜ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ସ୍ବର୍ଗତ ମଧୁସୂଦନ ଏକାଧାରରେ ଜଣେ ବରିଷ୍ଠ ଶିକ୍ଷକ ଭାବରେ ଜଣାଶୁଣା ରହିଥିଲେ । ଚାକିରି ଜୀବନର ଶେଷ ସମୟରେ ପେଣ୍ଡୁରାବାଡି ବିଦ୍ୟାଳୟରୁ ଆଜକୁ ପ୍ରାୟ ୨୭ ବର୍ଷ ତଳେ ଅବସର ଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ ଜଣେ ଜୋତିଷ୍ ବିଶାରଦ ଓ କର୍ମକାଣ୍ଡି ପଣ୍ଡିତ ଭାବେ ପୁରସ୍କୃତ ହେବା ସହ ସ୍ଵର୍ଣ ଅଳଙ୍କାର ଭୂଷଣରେ ସମ୍ମାନିତ ହୋଇଥିଲେ । ଏହି ଦୁଃଖଦ ସମୟରେ ମୃତଶଯ୍ଯା ନିକଟରେ ୨ ପୁଅ ତଥା ସାମ୍ବାଦିକ ଗିରିଜା ପ୍ରସାଦ ରଥ ଓ ଶିବ ପ୍ରସାଦ ରଥ ସମେତ ୩ ଝିଅ , ଜ୍ୱାଇଁ , ନାତି, ନାତୁଣୀ , ବୋହୂମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହେବାସହ ଆତ୍ମୀୟ ସୁଜନ ଓ ପରିବାର ବର୍ଗଙ୍କ ଉପସ୍ଥିତିରେ ଗ୍ରାମ ଶ୍ମଶାନରେ ଶବ ସତ୍କାର କରାଯାଇଥିଲା ।