You are currently viewing କେ . ସାମନ୍ତରାପୁର ଓ ସିଦ୍ଧେଶ୍ଵର ଅଙ୍ଗନୱାଡ଼ି କେନ୍ଦ୍ରରେ ପୋଷଣ ପଖ୍ବାଡା କାର୍ଯ୍ୟକ୍ରମ ଅନୁଷ୍ଠିତ
କେ . ସାମନ୍ତରାପୁର ଓ ସିଦ୍ଧେଶ୍ଵର ଅଙ୍ଗନୱାଡ଼ି କେନ୍ଦ୍ରରେ ପୋଷଣ ପଖ୍ବାଡା କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ କୁଶପଡା ପଞ୍ଚାୟତ କେ . ସାମନ୍ତରାପୁର ଓ ସିଦ୍ଧେଶ୍ଵର ଅଙ୍ଗନୱାଡ଼ି କେନ୍ଦ୍ରରେ ସୋମବାର ଦିନ ଗୋଷ୍ଠୀ ଭିତ୍ତିକ ତଥା ପୋଷଣ ପଖ୍ବାଡା କାର୍ଯ୍ୟକ୍ରମ ଅନୁଷ୍ଠିତ ଗୋକର୍ଣ୍ଣପୁର ସେକ୍ଟର ଅଙ୍ଗନବାଡ଼ି କେନ୍ଦ୍ର ପକ୍ଷରୁ ପୋଷଣ ପଖ୍ବାଡା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଦିଗପହଣ୍ଡି ଶାଖା ଆନୁକୂଲ୍ୟରେ ଆୟୋଜିତ ଉଭୟ କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରିଣୀ ପୁଷ୍ପାଞ୍ଜଳୀ ଶତପଥୀ ଯୋଗ ଦେଇଥିଲେ । ପ୍ରଥମେ ଗୋକର୍ଣ୍ଣପୁର ସେକ୍ଟର କେ . ସାମନ୍ତରାପୁର ଅଙ୍ଗନୱାଡ଼ି କେନ୍ଦ୍ର ପରିସରରେ ସୁପରଭାଇଜର ରଞ୍ଜନା ମିଶ୍ରଙ୍କ ସଂଯୋଜନରେ ଅନୁଷ୍ଠିତ ସଚେତନତା ସଭାରେ ଦିଗପହଣ୍ଡି ପଞ୍ଚାୟତ ସମିତିର ୨୮ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ଏମ୍ . ଅନୁସୟା ରେଡ୍ଡୀ , ସମାଜସେବୀ ତଥା ଜିଲ୍ଲା ପରିଷଦ ପ୍ରତିନିଧି ଏମ୍ . ନିରଞ୍ଜନ ରେଡ୍ଡୀ , ସୁପରଭାଇଜର ସଞ୍ଜୁଲତା ପାଣିଗ୍ରାହୀ , ଭାଗ୍ୟଲତା ପାତ୍ର ଯୋଗଦେଇ କାର୍ଯ୍ୟକ୍ରମର ତାତ୍ପର୍ଯ୍ୟ ସମ୍ପର୍କରେ ବିଶେଷ ଆଲୋଚନା କରିଥିଲେ । ଏଥିସହ ଅପପୁଷ୍ଟି ନିରାକରଣ ଏବଂ ପରିଷ୍କାର ଯୁକ୍ତ ପୋଷଣ ଖାଦ୍ୟ ଯେପରି ପୂର୍ବଭଳି ଶିଶୁମାନେ ପାଇ ଆସୁଥିଲେ ତାହା ବର୍ତ୍ତମାନ ମଧ୍ୟ ଶିଶୁମାନେ ଏହି ସୁବିଧାରୁ ବଞ୍ଚିତ ହୋଇପାରିବ ନାହିଁ ବୋଲି କହିଥିଲେ । ଏହି ଅବସରରେ ସ୍ବୟଂ ସହାୟିକା ମହିଳା ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଅଙ୍ଗନୱାଡି କର୍ମୀ ଏମ୍ . ଦମୟନ୍ତୀ ରେଡ୍ଡୀ ପରିଚାଳନା କରିଥିବା ବେଳେ ସମସ୍ତ ଅଙ୍ଗନୱାଡ଼ି କର୍ମୀ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ । ସେହିପରି ସିିିଦ୍ଧେଶ୍ବର ସେକ୍ଟରର ସ୍ଥାନୀୟ ଅଙ୍ଗନୱାଡ଼ି କେନ୍ଦ୍ର ପରିସରରେ ମଧ୍ୟ ସୁପରଭାଇଜର ସଞ୍ଜୁଲତା ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ବିଜୟ ପ୍ରଧାନ ସମେତ ସିଡିପିଓ ଶ୍ରୀମତୀ ଶତପଥୀ , ଉପ ସ୍ବାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସର , ଏଏନଏମ , ଅଙ୍ଗନୱାଡ଼ି କର୍ମୀ , ସ୍ଥାନୀୟ ପଞ୍ଚାୟତ ଜନ ପ୍ରତିନିଧି ସମେତ ବହୁ ମହିଳା ଉପସ୍ଥିତ ରହିଥିଲେ । ରିପୋର୍ଟ: କିରଣ କୁମାର ବେହେରା