ପୁରୁଷୋତ୍ତମପୁରୁ ହିନ୍ଦୀ ଭବନ ପରିସରରେ ବରିଷ୍ଟ ନାଗରିକ ଙ୍କ ଦ୍ୱାରା ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇ ଯାଇଛି | ବରିଷ୍ଠ ନାଗରିକ ସଂଘସଭାପତି ଅରୁଣ କୁମାର ପଣ୍ଡାଙ୍କ ସନଞ୍ଜୋଜନା ରେଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଡ଼ିଓ ମନୋଜ ନାୟକ ମୁଖ୍ୟ ଅତିଥ୍, ମୁଖ୍ୟବକ୍ତା ଭାବେ ତାରାତାରିଣୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ ସିମାଞ୍ଚଳ ପଟନାୟକ, ସାମ୍ନାନୀତ ଅତିଥି ଭାବେ ପୂର୍ବତନ ନଗରପାଳ ବାସୁଦେବମହାପାତ୍ର, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ସଭାପତି ନରସିଂହ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଦୁର୍ନୀତିମୁକ୍ତ ଭାରତ ଗଠନ ପାଇଁ ସାଧୁତାର ଶପଥ ପାଠ କରାଇ ଦୁର୍ନୀତି ଲୋପ ନେଇ ସଚେତନତା ସଭା ର ଆୟୋଜନ କରାଇଥିଲେ। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ବରିଷ୍ଠ ନାଗରିକ, ଅବସରପ୍ରାପ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଶପଥ ଗ୍ରହଣ କରିଥିଲେ। ବରିଷ୍ଠ ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ରଥ, ହରିହର ପଣ୍ଡା ଙ୍କ ସହିତ ବହୁ ସଦସ୍ୟ ଉପସ୍ଥିତ ରହି ଏହି ପ୍ରମୁଖ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ।
ରିପୋର୍ଟ ପ୍ରସନ୍ନ କୁମାର ଦାସ
