ଧରାକୋଟ ,2/12/23
ମୁଣ୍ଡ ମରାଇ ସ୍ଥିତ ସୋମନାଥ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ଏଡ଼ସ ସଚେତନତା କାର୍ଯ୍ୟକ୍ରମ ସହ ଏକ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଦିଗାମ୍ବର ବିଷୋୟୀ ଏହାର ଉଦ୍ଘାଟନ କରିଥିବା ବେଳେ ଅଧ୍ୟାପକ ଦୂର୍ଗା ପ୍ରସାଦ ଆଚାରି, ଜଗନ୍ନାଥ ପଟ୍ଟନାୟକ,ସରୋଜ ପଟ୍ଟନାୟକ,ଶଙ୍କର ସାହୁ,ଅଧ୍ୟାପିକା ମମତା ରାଣୀ ସାବତ, ବବିତା ସାବତ,ସୁମିତ୍ରା ପାଢ଼ୀ ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ। ଛାତ୍ର ଛାତ୍ରୀ ମାନେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ବିଭିନ୍ନ ସାହି ବସ୍ତି ପରିକ୍ରମା କରି ଲୋକଙ୍କୁ ସଚେତନତାର ବାର୍ତା ବାଣ୍ଟିଥିଲେ। କେ ଏନ ଦୋରା,ଗିରିଜା ଶଙ୍କର ମିଶ୍ର ଓ ଉତ୍ତମ ସାହୁ ଏହାର ନେତୃତ୍ୱ ନେଇଥିବା ବେଳେ ନୋଡାଲ ଅଫିସର ରଞ୍ଜନ କୁମାର ପଟଯୋଶୀ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।
