ବଲାଙ୍ଗୀର -(ସଚ୍ଚିଦାନନ୍ଦ ମହାକୁର ) ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ବେନ୍ଦ୍ରା ପଞ୍ଚାୟତ ଅନ୍ତର୍ଗତ ରାମପୁର ଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଶିବିର ସମର୍ପଣ ସେବା ସଂଗଠନର ସକ୍ରିୟ ସଦସ୍ୟ ଶ୍ରୀ ସୁଜିତ୍ କର୍ଣ୍ଣଙ୍କ ଜନ୍ମଦିନ ଅବସରରେ ସମ୍ବାଦ ଆମ ଓଡ଼ିଶା ଆନୁକୂଲ୍ୟରେ ଏହି ସ୍ଵେଚ୍ଛାକୃତ ରକ୍ତଦାନ
ରାମପୁର ଠାରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ
ଶିବିର ଆୟୋଜିତ ହୋଇଥିଲା l ଏହି ଶିବିରକୁ ପଦ୍ମପୁର ରକ୍ତ ଭଣ୍ଡାରର କର୍ମଚାରୀ ଆସି ପୂର୍ଣ୍ଣ ସହଯୋଗ କରିଥିଲେ l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଆଗଲପୁର ବ୍ଲକ୍ ଅଧକ୍ଷ ଶ୍ରୀମତୀ ଗୀତାଞ୍ଜଳି ଦାସ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିଲେ ଓ ପରେ ରାଜ୍ୟ ବିଜେଡି ମହିଳା ସମ୍ପାଦିକା ଶ୍ରୀମତୀ ରଞ୍ଜୁ ରାଏମନ୍ ଉପସ୍ଥିତ ହେବାସହ ସଂଗଠନର ସମସ୍ତ କର୍ମକର୍ତ୍ତାଙ୍କୁ ଖୁଵ ପ୍ରଶଂସା କରିଥିଲେ ଓ ଧନ୍ୟବାଦ ଦେଇଥିଲେ l ଏହି ଶିବିରରେ ଏ ଅଞ୍ଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ l ସେମାନଙ୍କ ମଧ୍ୟରେ ଵେନ୍ଦ୍ରା
ରାମପୁର ଠାରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ
ପଞ୍ଚାୟତର ସରପଞ୍ଚ ଶ୍ରୀ ରବୀନ୍ଦ୍ର ସାହୁ, ସମିତି ସଭ୍ୟ ସେବା ସମବାୟ ସଭାପତି ଉତ୍ତମ ଭୋଇ ଯୋଗ ଦେଇଥିଲେ l ସମର୍ପଣ ସଙ୍ଗଠନର କୃଷ୍ଣ ସେଠ୍,ସୁନିଲ ରାଉତ,ରସାନନ୍ଦ କଟୁଆଳ,ପ୍ରଶାନ୍ତ ମଲ୍ଲିକ,କର୍ଣ୍ଣ ଭୁଏ,ଉମେଶ ସାହୁ,ଶ୍ରୀକାନ୍ତ ସାହୁ, ସୀଙ୍କୁ ସାହୁ ପ୍ରଭୃତି କର୍ମୀମାନ ଉପସ୍ଥିତ ରହି ସହଯୋଗ କରିଥିଲେ l ଏହି ଶିବିରରେ ସର୍ବମୋଟ 63 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l
