You are currently viewing ଅବସର ପ୍ରାପ୍ତ ପ୍ରତିରକ୍ଷା କର୍ମଚାରୀ ଙ୍କ ମହାନତା
ଅବସର ପ୍ରାପ୍ତ ପ୍ରତିରକ୍ଷା କର୍ମଚାରୀ ଙ୍କ ମହାନତା

ଖଲ୍ଲିକୋଟ 14/1
ଆଜି ଖଲ୍ଲିକୋଟ ଶ୍ରୀ ରଘୁନାଥ ମନ୍ଦିର ପ୍ରାଙ୍ଗଣ ରେ  ଖଲ୍ଲିକୋଟ ର ଅବସରପ୍ରାପ୍ତ ପ୍ରତିରକ୍ଷା ଅଧିକାରୀ ଓ କର୍ମଚାରୀ ସଂଘ ତରଫରୁ ଏକ ମନ୍ଦିର ସ୍ୱଚ୍ଛତା କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ଦେଖିବାକୁ ମିଳିଛି।
ଦେଶ ମାତୃକା ର ସେବାରେ ନିଜର ଜିବନ ର ଗୁରୁତ୍ଵ ପୂର୍ଣ୍ଣ ସମୟ ଦେଇ ନିଜକୁ ଜଣେ ଦକ୍ଷ ଦେଶ ସେବକ  ର ମାନ୍ୟତା ପାଇବା ପରେ ବର୍ତ୍ତମାନ ଅବସର ଗ୍ରହଣ କଲା ପରେ ନିଜକୁ ସମାଜ ସେବାରେ ନିୟୋଜିତ କରିଥିଲେ  ଏହି ସେବକ ମାନେ l ଗୋଳା, ବାରୁଦ , ବନ୍ଧୁକ ଅସ୍ତ୍ର କୁ ବିଶ୍ରାମ ଦେଇ ସେମାନେ ହାତରେ ଧରିଛନ୍ତି, କୋଡ଼ି , କୋଦାଳ ଓ ଝୁଡ଼ି  ଆସନ୍ତୁ ଶୁଣିବା କଣ କହୁଛନ୍ତି ସେମାନେ।ଉକ୍ତ ସଫାଇ କାର୍ଯ୍ୟକ୍ରମ ରେ ଅବସରପ୍ରାପ୍ତ ସମରିକ ସଂଘ ର ସଭାପତି ଲେଫ୍ଟନାଣ୍ଟ କର୍ନେଲ କିଶୋର କୁମାର ବିଷୋୟୀ, ରତ୍ନାକର ସାହୁ, ଗଗନ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ କର୍ମକର୍ତା ମାନେ ଯୋଗଦେଇଁ ଏହି ଭେଟ୍ରାନ ଦିବସ ରେ ଅଂଶ ଗ୍ରହଣ କରିଥିଲେ |

(ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ )