ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ବୁଢା଼ମ୍ବ ପଞ୍ଚାୟତ ରେ ମନରେଗା ଯୋଜନାରେ ଜମି ରେ ହୁଡ଼ା ମାଟି କାର୍ଯ୍ୟ କରିବା ପାଇଁ 29 ଜଣଙ୍କ ନା ରେ 5 ଲକ୍ଷ ରୁ ଉର୍ଦ୍ଧ ଟଙ୍କା ବିଲ (bill) କରାଯାଇଛି.. କିନ୍ତୁ ବିଲ ପୈଠ ପରେ ହିତାଧିକାରୀ ଟଙ୍କା ପାଇନଥିବା ଏବଂ ତାଙ୍କ ଟଙ୍କା କିଏ ନେଇଯାଇଥିବା ଅଭିଯୋଗ କରିବା ପାଇଁ ଆଜି କବିସୂର୍ଯ୍ୟନଗର ବିଡ଼ିଓ ଙ୍କନିକଟ କୁ ଆସିଥିବା ବେଳେ ବିଡ଼ିଓ ଙ୍କୁ ସାକ୍ଷାତ କରି ନପାରି ଫେରିଥିବା ଜଣାଯାଇଛି.. ସେମାନଙ୍କ ଟଙ୍କା ନମିଳିଲେ ବ୍ଲକ ଅଫିସ ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି…
ଅଭିଯୋଗ କରିବାକୁ ଆସିଥିବା ପୁରୁଷ ଓ ମହିଳା ମାନେ ତାଙ୍କ ପ୍ରତିକ୍ରିୟା କହିଛନ୍ତି…
ଏଠାରେ ପ୍ରଶ୍ନ ଉଠିଛି ଯେ ବୁଢା଼ମ୍ବ ପଞ୍ଚାୟତ ରୁ ଏଭଳି ସଂଗୀନ ଅଭିଯୋଗ ଆସିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବା ଦୁର୍ନୀତି କୁ ପ୍ରୋତ୍ସାହନ ଦିଆଯାଉଛି ବୋଲି ଆଲୋଚନା ହେଉଛି.ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
