ବ୍ରହ୍ମପୁର , ୨୬/୧୨ -:- ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବଡ ଡିମ୍ବୁଳା ପଂଚାୟତର ତଡା, ଖେମୁଣ୍ଡି, ଛଣବଗଡ଼ ଆଦିବାସୀ ଗ୍ରାମର ଗ୍ରାମବାସୀମନେ ବ୍ଲକ ସାମ୍ନାରେ ବିଜେପି ପୂର୍ବତନ ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ପାଢ଼ୀଙ୍କ ନେତୃତ୍ୱରେ ଆନ୍ଦୋଳନ କରିଛନ୍ତି l ଗ୍ରାମରେ ରାସ୍ତା ଓ ପାଣିର ସୁବିଧା ନଥିବାରୁ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହଉଛନ୍ତି ପିଲାମାନେ ସ୍କୁଲ ଓ ରୋଗୀଙ୍କୁ ଡାକ୍ତର ଖାନା ନେବାରେ ବିଳମ୍ବ ହଉଚି l ସରକାରଙ୍କୁ ବହୁ ବାର ଜଣାଇବା ପରେ ମଧ୍ୟ କୌଣସି ପଦକ୍ଷେପ ଆଜି ପ୍ରଯ୍ୟନ୍ତ ନେଉନାହାନ୍ତି ପ୍ରଶାସନ l ଗ୍ରାମବାସୀ ଆଜି ବ୍ଲକ ସମ୍ମୁଖରେ ଧାରଣା ଦେବା ସହ ଆନ୍ଦୋଳନ କରିଛନ୍ତି ଓ ବିଡ଼ିଓ ଉପସ୍ଥିତ ନଥିବା ଯୋଗୁ ଦାବି ପାତ୍ର ଅତିରିକ୍ତ ଗୋଷ୍ଠୀ ଉନୟନ ଅଧିକରୀ ପ୍ରଶାନ୍ତ ରଥଙ୍କୁ ପ୍ରଦାନ କରିଛନ୍ତି ଯଦି ୨ ମାସ ଅଥବା ୨୮ ଫେବୃଆରୀ ଭିତରେ ପଦକ୍ଷେପ ନ ନିୟଯାଏ ବଡ ଆନ୍ଦୋଳନ ହେବ ବୋଲି ଶ୍ରୀକାନ୍ତ ପାଢ଼ୀ ପ୍ରତିକ୍ରିୟା ଦେଇଛନ୍ତି l
