You are currently viewing ନୂତନ ଭତ୍ତା ଓ ରାସନ କାର୍ଡ ପ୍ରଦାନ କଲେ ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ,
ନୂତନ ଭତ୍ତା ଓ ରାସନ କାର୍ଡ ପ୍ରଦାନ କଲେ ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ,

କୋଦଳା
ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ସଭାଗୃହରେ ନୂତନ ଭତ୍ତା ଓ ରାସନ ହିତାଧିକାରୀଙ୍କୁ କାର୍ଡ ପ୍ରଦାନ କରିଛନ୍ତି କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ । ଏହି ବ୍ଲକରେ ନୂତନ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ 301 ଜଣଙ୍କୁ ଭତ୍ତା ପ୍ରଦାନ କରାଯାଇଥିବା ବେଳେ ଡିସେମ୍ବର ମାସରୁ ଏହି ଭତ୍ତା ମିଳିବ । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ମୋଟ 2072ଜଣ ନୂତନ ହିତାଧିକାରୀଙ୍କୁ ରାସନ କାର୍ଡ ବଣ୍ଟନ କରାଯାଇଛି । ଚଳିତ ମାସରୁ ଏମାନଙ୍କୁ ରାସନ ମିଳିବ । ବ୍ଲକ ଅଧକ୍ଷା ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ଼ ଉପାଧ୍ୟକ୍ଷ ସୁଧାକର ପ୍ରଧାନ, ବିଡ଼ିଓ ସସ୍ମିତା ଶତପଥି ଉପସ୍ଥିତ ରହିଥିଲେ । ଯୋଗ୍ୟ ହିତାଧିକାରୀ ମାନେ ଉପସ୍ଥିତ ରହି କାର୍ଡ ଗ୍ରହଣ କରିବା ସହ ଉତ୍ସାହ ପ୍ରକାଶ କରିଥିଲେ ।

ଏ ଵି ଡିଓ ନିରଞ୍ଜନ ବେହେରା,ଯୋଗାଣ ଅଧିକାରୀ ଉମାକାନ୍ତ ସେଠି ଓ ଵି ଏସ ଏସ ଓ ଦୁର୍ଗା ପ୍ରସାଦ ପଣ୍ଡା, ସମସ୍ତ ସରପଞ୍ଚ, ସମିତି ସଭ୍ୟ ଙ୍କ ସମେତ ସମସ୍ତ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଯୋଗାଣ ସହାୟକ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।