You are currently viewing ବଦଲାପୂର ଓଡ଼ିଆ ପରିବାର ତରଫରୁ ସମସ୍ତ ଓଡ଼ିଆ ଭାଇଭଉଣୀ ମାନଙ୍କୁ ନେଇ ଉତ୍କଳ ଦିବସ ପାଳନ ।
ବଦଲାପୂର ଓଡ଼ିଆ ପରିବାର ତରଫରୁ ସମସ୍ତ ଓଡ଼ିଆ ଭାଇଭଉଣୀ ମାନଙ୍କୁ ନେଇ ଉତ୍କଳ ଦିବସ ପାଳନ ।

ମହାରାଷ୍ଟ୍ର , ୦୬/୦୪ -:- ପବିତ୍ର ଉତ୍କଳ ଦିବସ ଉପଲକ୍ଷେ ମହାରାଷ୍ଟ୍ରର ବଦଲାପୂର ଠାରେ ବଦଲାପୂର ଓଡ଼ିଆ ପରିବାର ତରଫରୁ ସମସ୍ତ ଓଡ଼ିଆ ଭାଇଭଉଣୀ ମାନଙ୍କୁ ନେଇ ସ୍ଵାଭିମାନୀ ଓଡିଆ ଜାତି ଉଦ୍ଦେଶ୍ୟରେ ବଦଲାପୂର ଓଡ଼ିଆ ପରିବାରର ସଭାପତି ତଥା ବରୁନେଶ୍ୱର ନିଳାଦ୍ରୀ ଫାଉଣ୍ଡେସନର ଚିଫ୍ ଟ୍ରଷ୍ଟି ପ୍ରମୋଦ ରାଉଳଙ୍କ ନେତୃତ୍ୱରେ ଏକ ସୁନ୍ଦର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମହାରାଷ୍ଟ୍ର ବିଧାୟକ ତଥା ମହାରାଷ୍ଟ୍ର ର କୋଙ୍କନ ଜୋନ୍ ଶିକ୍ଷକ ମହାସଂଘର ମୁଖ୍ୟ ଡ଼ା. ଦ୍ୟାନେଶ୍ୱର୍ ମାହାତ୍ରେ ଯୋଗ ଦେଇ ଦ୍ଵୀପ ପ୍ରଜ୍ବଳନ କରି ଥିଲେ । ତେବେ ମୁଖ୍ୟ ଅତିଥି ଭାବେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରି ଥିବାରୁ ନିଜକୁ ଅତ୍ୟନ୍ତ ଖୁସି ଅନୁଭବ କରିବା ସହିତ ଓଡ଼ିଶାବାସୀଙ୍କ ଶାନ୍ତିପ୍ରିୟ ମନୋଭାବକୁ ନେଇ ଭୂରୀୟସି ପ୍ରଶଂସା କରିଥିଲେ ।

ସେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ନିଜ ନିଜ ମଧ୍ୟରେ ଭାଇଚାରା ବନ୍ଧନରେ ବାନ୍ଧି ହୋଇ ଏକତ।ଭାବ ବଜାୟ ରଖି ପାରିଲେ ସବୁ କ୍ଷେତ୍ରରେ ଆପଣମାନେ ବିଜୟର ସ୍ଵାଦ ଚାଖି ପାରିବେ , ଦୁନିଆର କୌଣସି ଶକ୍ତି ଆପଣମାନଙ୍କୁ ପରାଜିତ କରି ପାରିବ ନାହିଁ । ବିଧାୟକ ମହୋଦୟଙ୍କ ଏହି ବକ୍ତବ୍ୟ ଉପସ୍ଥିତ ଥିବା ସମସ୍ତ ସ୍ଵାଭିମାନୀ ଓଡ଼ିଆ ଭାଇଭଉଣୀ ମାନଙ୍କ ହୃଦୟକୁ ବେଶ୍ ସ୍ପର୍ଶ କରିଥିଲା । ତେବେ ଉକ୍ତ କାର୍ଯ୍ୟକ୍ରମର ଆୟୋଜକ ପ୍ରମୋଦ ରାଉଳଙ୍କ ସମାଜ ସେବା ପ୍ରତି ରହିଥିବା ଉତ୍ସାହ ଓ ବର୍ଷ ବର୍ଷ ଧରି ସଂଘ ତଥା ଓଡ଼ିଆ ପରିବାରର ସମସ୍ତ ଭାଇଭଉଣୀ ମାନଙ୍କୁ ଏକତ୍ରିତ କରି ସେମାନଙ୍କ ସୁଖ ଦୁଃଖରେ ସାମିଲ ହୋଇ ପାରି ଥିବାରୁ ବିଧାୟକ ମାହାତ୍ରେ ମଧ୍ୟ ତାଙ୍କୁ ବେଶ୍ ପ୍ରଶଂସା କରିଥିଲେ । ବଦଲାପୂର ଓଡ଼ିଆ ପରିବାରର ସଭାପତି ପ୍ରମୋଦ ରାଉଳ ଓଡ଼ିଶାର ଅଧିବାସୀ ହେଲେ ମଧ୍ୟ ମହାରାଷ୍ଟ୍ରର ମୁମ୍ବେଇ ଠାରେ ଜନ୍ମ ଗ୍ରହଣ କରିଥିବାରୁ ଉଭୟ ଓଡିଶା ଓ ମୂମ୍ବେଇ ପାଇଁ କରୁଥିବା ସମାଜସେବା ବେଶ ପ୍ରଶଂସନୀୟ । ଏଭଳି ସମାଜ ସେବା ଜାରି ରହିଲେ ଉଭୟ ଓଡ଼ିଶା ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ସମ୍ପର୍କ ଆହୁରି ନିବିଡ଼ ହୋଇ ପାରିବ ।

ଏକ ସୁସ୍ଥ ସମାଜ ଗଠନ କ୍ଷେତ୍ରରେ ଏଭଳି ବ୍ୟକ୍ତି ବିଶେଷଙ୍କର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ। ତେଣୁ ଆଗାମୀ ଦିନ ମାନଙ୍କରେ ଶ୍ରୀ ରାଉଲଙ୍କର ଏଭଳି ଜନ କଲ୍ୟାଣ ମୂଳକ କାର୍ଯ୍ୟ ସହିତ ସମାଜ ସେବା ଜାରି ରହୁ ବୋଲି ବିଧାୟକ ମହୋଦୟ ତାଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶହ ଶହ ସଂଖ୍ୟାରେ ଓଡ଼ିଆ ଭାଇଭଉଣୀ ମାନେ ଯୋଗ ଦେଇ ଉକ୍ତ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ ଥିଲା।