You are currently viewing ପୁରୁଷୋତ୍ତମପୁର ସହର ର ଦକ୍ଷିଣପାର୍ଶ୍ୱରେ ଅବସ୍ଥିତ ଋଷିକୂଲ୍ୟା ନଦୀର କୂଳଘାଇ ନିର୍ମାଣ ସଂପର୍କରେ ଆଲୋଚନା ହୋଇଯାଇଅଛି l
ପୁରୁଷୋତ୍ତମପୁର ସହର ର ଦକ୍ଷିଣପାର୍ଶ୍ୱରେ ଅବସ୍ଥିତ ଋଷିକୂଲ୍ୟା ନଦୀର କୂଳଘାଇ ନିର୍ମାଣ ସଂପର୍କରେ ଆଲୋଚନା ହୋଇଯାଇଅଛି l

ପୁରୁଷୋତ୍ତମପୁର ତା-24/02/ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ସହରର ଦକ୍ଷିଣପାର୍ଶ୍ୱରେ ଅବସ୍ଥିତ ଋଷିକୂଲ୍ୟା ନଦୀର କୂଳଘାଇ ନିର୍ମାଣ ସଂପର୍କରେ ଏନଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ଙ୍କ ତତ୍ଵାବଧାନ ପୁରୁଣା ଏନଏସି ସଭା ଗୃହ ଠାରେ ଆଲୋଚନା ହୋଇଯାଇଅଛି l ଏହି ଆଲୋଚନାରେ ହୁମ୍ମା ଜଳସେଚନ ଶାଖାର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସୁଜିତ କୁମାର ପ୍ରଧାନଙ୍କ ସହିତ ପୁରୁଷୋତ୍ତମପୁର ଜଳସେଚନ ଶାଖାର ସହକାରୀ ଯନ୍ତ୍ରୀ ଶ୍ରୀ ଗଙ୍ଗାଧର ଦାସ ଓ ଠିକାଦାର ଶ୍ରୀ ଦେବେନ୍ଦ୍ର ଚନ୍ଦ୍ର ମହାନ୍ତି ପ୍ରମୁଖ ବୈଠକରେ ଉପସ୍ଥିତ ରହି ପୁରୁଷୋତ୍ତମପୁର ସହରର ଦକ୍ଷିଣପାର୍ଶ୍ୱରେ ଅବସ୍ଥିତ ଋଷିକୂଲ୍ୟା ନଦୀର କୂଳଘାଇ ନିର୍ମାଣ ଆରମ୍ଭ କରିବାକୁ ସମ୍ବନ୍ଧୀୟ ବିଷୟର ଆଲୋଚନାରେ ନିର୍ବାଚିତ ପ୍ରତିନିଧି ତଥା ସଭ୍ୟ ସଭ୍ୟା ଉପସ୍ଥିତ ରହି ଯୋଉ ଯୋଉ ଏରିଆ କୂଳଘାଇ ନିର୍ମାଣ କରିବାକୁ ସମ୍ପୃଣ ସହଯୋଗ କରିବାକୁ ପ୍ରତିଶୃତି ଦେବା ସହିତ ସେହି ଏରିଆର ଜନସାଧାରଣ ମାନେ ନଦୀରେ ଗାଧେଇବା ପାଇଁ ଗୋଟାଏ ଗୋଟାଏ ତୋଠର ନିର୍ମାଣ କରିବା ଓ ବିଭିନ୍ନ ପଶୁ ତଥା ଗାଈ ‘ମଇଁଷି ‘ ଛେଳି ‘ ନଦୀକୁ ଯିବାପାଇଁ ସେମାନଙ୍କର ସୁରେକ୍ଷା ପାଇଁ ମଧ୍ୟ ଏକ ରାସ୍ତାର ନିର୍ମାଣ ଓ ଦଳିବିଲ କେନାଲ ଠାରେ ଚାଷ କ୍ଷେତ୍ର ପାଇଁ ଓଭଏରଲୋଡିଙ୍ଗ ଗାଡି ଯିବା ପାଇଁ ୨ଟି ବ୍ରିଜର ନିର୍ମାଣ କରିବା ସହିତ କୁମାରୀ ନଦୀ ଅଞ୍ଚଳ କୂଳଘାଇ ନିର୍ମାଣ ପାଇଁ ପ୍ରସ୍ତାବ ମଞ୍ଜୁରୀ କରିବାକୁ ହୁମ୍ମା ଜଳସେଚନ ବିଭାଗୀୟ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ କାଉନସିଲ ମାନେ ନିଜର ସୁଚିନ୍ତିତ ମତାମତ ଓ ପରାମର୍ଶ ପ୍ରଦାନ କରିଥିଲେ l

ଏହି ଆଲୋଚନା ସଭାରେ ଏନଏସି ଉପାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା ‘ ସାସଂଦ ପ୍ରତିନିଧି ପ୍ରେମା ନନ୍ଦ ସାହୁ ‘ କାଉନସିଲର ଅଶୋକ କୁମାର ମହାଙ୍କୁଡ ‘ଅରୁଣ କୁମାର ମହାଙ୍କୁଡ ‘ଭାସ୍କର ବେହେରା ‘ ଭବାନୀ ଶଙ୍କର ନାହକ ‘ଅର୍ଚନା ପଣ୍ଡା ‘ ଭାଗିରଥି ବେହେରା ‘କେ ପ୍ରମୋଦ ଆଚାରୀ ପ୍ରମୁଖ ଉପସ୍ଥିତ ରହି ସହର ବିକାଶ ପଥକୁ ଆଗକୁ ନେବାପାଇଁ ହୁମ୍ମା ଜଳସେଚନ ବିଭାଗୀୟ ଶାଖାର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅନୁରୋଧ କରିଥିଲେ l ଏବଂ ଉକ୍ତ ପୁରୁଷୋତ୍ତମପୁର ଋଷିକୂଲ୍ୟା ମୁହାଁଣକୁ ସୁରେକ୍ଷା ରଖିବା ସହିତ ଏନଏସି ଅଞ୍ଚଳକୁ ବନ୍ୟା ଦାଉରୁ ରକ୍ଷା କରିବାକୁ ଏହା ପ୍ରୟାସ କରାଯାଇଛି ବୋଲି ବିଭାଗୀୟ ଅଧିକାରୀ ମତ ରଖିଥିଲେ l ଏହି କୂଳ ଘାଇର ନିର୍ମାଣ ଆସନ୍ତା ମାର୍ଚ୍ଚମାସ ୨ ତାରିଖରେ ଏନଏସି କାଉନସିଲ ବଡି ସହିତ ଖଲ୍ଲିକୋଟ ବିଧାୟିକା ଓ ଆସ୍କା ସାସଂଦ କଳକମଳରେ ଭିଥିପ୍ରସ୍ତର ସ୍ଥାପନ କରାଯିବା ପାଇଁ ନିଷ୍ପତି ନିଆଯାଇଅଛି l

ରିପୋର୍ଟ: ପ୍ରସନ୍ନ କୁମାର ଦାସ