You are currently viewing ବେଦାନ୍ତ ବିଜ୍ଞାନ ଗୁରୁକୁଲମ ରେ ଶାମ୍ବ ଦଶମୀ ପାଳିତ
ବେଦାନ୍ତ ବିଜ୍ଞାନ ଗୁରୁକୁଲମ ରେ ଶାମ୍ବ ଦଶମୀ ପାଳିତ

ଭୁବେନେଶ୍ୱର.ସ୍ଥାନୀୟ ଶିଶୁପାଳଗଡ଼, ବଡ଼ଧାନପୁର ସ୍ଥିତ ବେଦାନ୍ତ ବିଜ୍ଞାନ ଗୁରୁକୁଳମ ରେ ଆଜି ପୂର୍ବ ନିଦ୍ଧାରିତ ସମୟ ଅନୁଯାୟୀ ସମସ୍ତ ପାରମ୍ପରିକ ରୀତିନୀତି ଯଥା ସମୟରେ ଅତି ଶୁଙ୍ଖଳା ର ସହ ସମାପନ ହୋଇଯାଇଛି
ଗୁରୁକୁଳମ୍ୱର ପ୍ରତିଷ୍ଠାତା ତଥା ସଭାପତି ସ୍ୱାମୀ ଭାଗବତୀନନ୍ଦ ସରସ୍ବତୀ ମହାରାଜଙ୍କ ଦ୍ଵାରା ଶାମ୍ବ ଦଶମୀ ଉପଲକ୍ଷେ ସୂର୍ଯ୍ୟ ପୂଜା ସମେତ ଶ୍ରୀଲଷ୍ମୀ ସହସ୍ର ନାମ ଜଗତ କଲ୍ୟାଣ ଉଦେଶ୍ୟ ରେ କରାଯାଉଥିଲା ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତି ରେ ଧାରାବାହିତ ଭାବେ ପ୍ରକାଶ ପାଉଥିବା ମାସିକ ଆଧ୍ୟାତ୍ମିକ ପତ୍ରିକା “ସାନ୍ନିଧ ” ର ମଧ୍ୟ ବିତରଣ କରାଯାଇଥିଲା
ଅନ୍ୟ ଏକ ଘଟଣା କ୍ରମେ ଗୁରୁକୁଳ ର ଦିବ୍ୟଗତ ଭକ୍ତ ଲଷ୍ମୀକାନ୍ତ ଦାଶ ଙ୍କର ବିୟୋଗ କାରଣରୁ ତାଙ୍କ ଆତ୍ମା ର ସତଗତି ପାଇଁ ପ୍ରାର୍ଥନା ସହ ସ୍ୱାମୀ ଭାଗବତୀନନ୍ଦ ସରସ୍ବତୀ ତାଙ୍କ ଶୁଙ୍ଖଳିତ ଜୀବନର ସ୍ମୃତିଚାରଣ କରିଥିଲେ
କାର୍ଯ୍ୟକ୍ରମ ଶେଷ ରେ ସମାଜସେବୀ ସରୋଜିନୀ ପରମ ଗୁରୁଙ୍କ କବିତା ସଂକଳନ “ପାପୁଲିଏ ଭାବନା ”କୁ ସମସ୍ତ ଭକ୍ତ ଙ୍କୁ ବିତରଣ ସହ ଆଶ୍ରମ ତରଫରୁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇ ଥିଲା