You are currently viewing ଭୁସୁଡ଼ିବ ବାହାଡାଗୁଡା କେନାଲ ସେତୁ
ଭୁସୁଡ଼ିବ ବାହାଡାଗୁଡା କେନାଲ ସେତୁ

ଧରାକୋଟ,30/3/24
ଧରାକୋଟ ବ୍ଲକର ଢଉଗାଁ ପଞ୍ଚାୟତ ଅଧିନସ୍ଥ ବାହାଡ଼ାଗୁଡା ଗାଁକୁ ଜାତୀୟ ରାଜପଥ ରୁ ସଂଯୋଗ କରୁଥିବା ଋଷିକୁଲ୍ୟା କେନାଲ ସେତୁ ଜରାଜୀର୍ଣ୍ଣ ସ୍ଥିତିରେ ପହଞ୍ଚିଛି। ଦୀର୍ଘ ଦିନ ପୂର୍ବରୁ ଋଷିକୁଲ୍ୟା ମୁଖ୍ୟ କେନାଲ ଉପରେ ଏହି ସେତୁ ନିର୍ମାଣ ହୋଇଛି । ଢ଼ଉଗାଁ ଦିଗପହଣ୍ଡି ମୁଖ୍ୟ ରାସ୍ତାରୁ ଗାଁ ଭିତରକୁ ଯିବାପାଇଁ ଏହା ଏକ ମାତ୍ର ରାସ୍ତା । ପ୍ରାୟ ତିନି ଶହ ରୁ ଅଧିକ ପରିବାର ବାସ କରୁଥିବା ଏହି ଗାଁର ଲୋକେ ଶିକ୍ଷା,ସ୍ବାସ୍ଥ୍ୟ,ବଜାର କାର୍ଯ୍ୟ,ପ୍ରଶାସନିକ କାର୍ଯ୍ୟ ସହ ଜମିବାଡ଼ି ଦେଖାଶୁଣା କାର୍ଯ୍ୟ କରିବା ପାଇଁ ଏହି ସେତୁ ଦେଇ ଯାଉଥିବାରୁ ଏହାର ଗୁରୁତ୍ଵ ବେଶ ଅଧିକ । ଭଞ୍ଜନଗର ଜଳସେଚନ ବିଭାଗ ଅଧିନରେ ରହିଥିବା ଋଷିକୁଲ୍ୟା କେନାଲ ଉପରେ ଏହି ସେତୁ ପ୍ରାୟ ପଚାଶ ବର୍ଷ ପୂର୍ବେ ନିର୍ମାଣ କରାଯାଇଥିଲା। ଦୀର୍ଘ ଦିନ ବିତିଥିଲେ ମଧ୍ୟ ଏହାର ପୁନଃ ନିର୍ମାଣ ପାଇଁ ଜଳଚନ ବିଭାଗ ତରଫରୁ ତତ୍ପରତା ପ୍ରକାଶ ପାଉନଥିବା ଯୋଗୁଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ଏଣୁ ବିଭାଗ ତରଫରୁ ନୂତନ ସେତୁ ନିର୍ମାଣ ପାଇଁ ଦାବୀ ହେଉଛି।