You are currently viewing ଅରୁଣ କୁମାର ପ୍ରଧାନ ଙ୍କୁ ଦିଆଗଲା କର୍ମବୀର ସମ୍ମାନ .
ଅରୁଣ କୁମାର ପ୍ରଧାନ ଙ୍କୁ ଦିଆଗଲା କର୍ମବୀର ସମ୍ମାନ .

ଅନୁଗୁଳ : (ଦିଲୀପ କୁମାର ଚୋପଦାର ) ଜିଲ୍ଲା ର କୋଇଲା ନଗରୀ ତାଳଚେର ସାଉଥ୍ ବଲଣ୍ଡା ସ୍ଥିତ ଯୁମ୍ ଦେ ଭବନ ପରିସର ସ୍ଥିତ ସଭାଘର ଠାରେ , ଭାରତୀୟ ମଜଦୂର ସଂଘ ସହବନ୍ଧିତ ତାଳଚେର କୋୟଲା ଖଣି ମଜଦୂର ସଂଘ ପକ୍ଷରୁ ଏକ ସମ୍ମାନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ସୂଚନା ଯୋଗ୍ୟ ଯେ, ଭାରତୀୟ ମଜଦୂର ସଂଘ ର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ମହାନଦୀ କୋଲ ଫିଲ୍ଡ ଲିମିଟେଡ ରେ ୨୫ବର୍ଷ ୭ ମାସ ସେବା ପ୍ରଦାନ କରି ସେବାନିବୃତ ପରେ ତାଙ୍କୁ ସମ୍ମାନ ଜଣାଇବା ସକାଶେ ଏହି ସମ୍ମାନ ସମାରୋହ କାର୍ଯ୍ୟକ୍ରମ ହୋଇଥିଲା ।

କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ କୋଇଲା ଉଦ୍ୟୋଗ ର ବିଏମସ୍ ପ୍ରଭାରୀ ଶ୍ରୀ କେ.ଲକ୍ଷ୍ମାମା ରେଡ୍ଡୀ ,ସମ୍ମାନିତ ଅତିଥି ଭାବେ ଅଖିଳ ଭାରତୀୟ ଖଦାନ ମଜଦୂର ସଂଘ ର ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀ ରଞ୍ଜନ ବେହେରା, ତାଳଚେର ଖଦାନ ମଜଦୂର ସଂଘ,ବି.ଏମ.ଏସ ସଭାପତି କୃଷ୍ଣ ଚନ୍ଦ୍ର ପ୍ରଧାନ , ମହାସଚିବ ବୀରେନ ଖିଲାର ,ବରିଷ୍ଠ କାର୍ଯ୍ୟକର୍ତ୍ତା ସୁଦର୍ଶନ ମହାନ୍ତି ଙ୍କ ସହିତ ସହସ୍ରାଧିକ ଭାରତୀୟ ମଜଦୂର୍ ସଂଘ୍ କାର୍ଯ୍ୟକର୍ତ୍ତା ଯୋଗ ଦେଇ ଶ୍ରୀ ଅରୁଣ କୁମାର ପ୍ରଧାନ ଙ୍କୁ ସମ୍ମାନ ଜଣାଇ ତାଙ୍କ କାର୍ଯ୍ୟ ଶୈଳୀ ର ଭୂୟସୀ ପ୍ରଶଂସା କରିଥିଲେ।

ଶ୍ରୀ ପ୍ରଧାନ ଆଗରୁ ତାଳଚେର କୋଇଲା ଖଣି ମଜଦୂର ସଂଘ ର ସଭାପତି , ଅଖିଳ ଭାରତୀୟ ଖଦାନ ମଜଦୂର ସଂଘ ର ଉପ ସଭାପତି , ଜେ.ବି.ସି.ସି.ଆଇ ମେମ୍ବର ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ ପୂର୍ବକ କୋଇଲାଖଣି ଶ୍ରମିକ ଙ୍କ ହକ୍ ପାଇଁ ଲଢେଇ କରିଛନ୍ତି । ଶ୍ରୀ ଅରୁଣ କୁମାର ପ୍ରଧାନ କହନ୍ତି ଯେ , ବର୍ତ୍ତମାନ ର କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ସ୍ୱର୍ଗୀୟ ଦେବେନ୍ଦ୍ର ପ୍ରଧାନ ତାଙ୍କୁ ଭାରତୀୟ ମଜଦୂର ସଂଘ ବିଚାରଧାରା ସହିତ ଯୋଡ଼ିଥିଲେ ଏବଂ ଦେବେନ୍ଦ୍ର ପ୍ରଧାନ ହେଉଛନ୍ତି ତାଙ୍କ ମାମୁଁ ।