You are currently viewing ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ
ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ

କୋଦଳା
ଗଞ୍ଜାମ ଜିଲ୍ଲା କୋଦଳା ଏନ ଏ ସି ପରିସରରେ ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ପ୍ରତ୍ୟେକ ମାସରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଚଳିତ ମାସରେ ପଚାଶ ଜଣ ଟିବି ରୋଗୀ ଙ୍କୁ ମଧ୍ୟ ପୃଷ୍ଟିସାର ଖାଦ୍ୟ ବଣ୍ଟନ କରାଯାଇଥିଲା | ବିଭିନ୍ନ ସମୟରେ ଖାଦ୍ୟସାର ଅଭାବରୁ ଗରୀବ ଶ୍ରେଣୀର ଟିବି ରୋଗୀ ମାନେ ସମସ୍ୟା ରେ ପଡୁଥିବାରୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ଅକଟୋବର ମାସରେ ଟିବି ରୋଗୀ ମାନଙ୍କୁ ଏହି ସୁଷମ ଖାଦ୍ୟ ବଣ୍ଟନ ଯୋଜନା ଆରମ୍ଭ କରିଥିଲେ | ଏହି ପରିପ୍ରେକ୍ଷୀରେ କବିସୂର୍ଯ୍ୟନଗର ଅଞ୍ଚଳର ପଚାଶ ଜଣ ଟିବି ରୋଗୀଙ୍କୁ କୋଦଳା ଏନ ଏ ସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ନିଜସ୍ୱ ଅର୍ଥରେ ଭିଟାମିନ ଯୁକ୍ତ ଖାଦ୍ୟ ବଣ୍ଟନ କରିଥିଲେ | ପ୍ରଧାନମନ୍ତ୍ରୀ ଙ୍କ ଯକ୍ଷ୍ମା ମୁକ୍ତ ଭାରତ କରିବା ଦୌଡ଼ରେ ଆମେ ଏକ ଛୋଟିଆ ପ୍ରୟାସ କରିଛୁ ବୋଲି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ କହିଥିବା ବେଳେ ରୋଗୀ ଙ୍କ ତରଫରୁ ପ୍ରଶଂସା ସାଉଁଟିଛନ୍ତି |
ଏହି କାର୍ଯ୍ୟକ୍ରମରେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏସଟିଏସ ଗୀତାରାଣୀ ପାଢ଼ୀ, ଡ଼ଃ ଅର୍ଚନା ଗୁପ୍ତା, କାଉନସିଲର ମଧୁସୂଦନ ଜେନା, କାଉନସିଲର ରିତା ସାହୁ ଙ୍କ ସମେତ ସମସ୍ତ କାଉନସିଲର ଉପସ୍ଥିତ ରହି ଟିବି ରୋଗୀ ମାନଙ୍କୁ ସଚେତନ କରାଇବା ସହ ଯେପରି ଆଗାମୀ ଦିନରେ ସାରା କବିସୂର୍ଯ୍ୟନଗର ଅଞ୍ଚଳ କିପରି ସମ୍ପୂର୍ଣ ଟିବି ମୁକ୍ତ ହେବ ସେ ନେଇ ନିଜର ମତ ରଖିଥିଲେ |
ଟିବି ମୁକ୍ତ ଭାରତ ଗଠନରେ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଏହି କାର୍ଯ୍ୟକ୍ରମ କୁ ଆଧାର କରି ଦେଶ କୁ ଟିବି ମୁକ୍ତ କରିବା ପାଇଁ ଏହି ପ୍ରୟାସରେ ସମସ୍ତ ରୋଗୀ ମାନଙ୍କୁ ସୁଷମ ଖାଦ୍ୟ ବଣ୍ଟନ ସହ ସମସ୍ତେ ନିରୋଗୀ ରହିବା ନେଇ ଉପସ୍ଥିତ ଅତିଥି ନିଜର ମତ ପ୍ରକାଶ କରିଥିଲେ |
ଗତ ମାସ ଭଳି ଚଳିତ ମାସରେ ମଧ୍ୟ ଏହି ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାରୁ ଅଧ୍ୟକ୍ଷ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ସମସ୍ତ ରୋଗୀଙ୍କ ସମେତ ସମ୍ପର୍କୀୟ |ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।