ବାଲୁଗାଁ ତା 23/02/2026- ସ୍ନାତକ ପରବର୍ତ୍ତୀ ଉଚ୍ଚ ଶିକ୍ଷା, ବୃତ୍ତିଗତ ପାଠ୍ୟକ୍ରମ, ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସହିତ ଛାତ୍ର ଛାତ୍ରୀଙ୍କ ସଂଯୁକ୍ତ କରିବା ନିମିତ୍ତ ଯୁନାଇଟେଡ଼ ସ୍କୁଲ ଅଫ ବିଜିନେସ ମ୍ୟାନେଜମେଣ୍ଟର ସହଯୋଗରେ ବାଲୁଗାଁ ମହାବିଦ୍ୟାଳୟ କ୍ୟାରିଅର କାଉନସେଲିଙ୍ଗ ସେଲ ପକ୍ଷରୁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l.

ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ସାଧନକର୍ମୀ ତଥା ୟୁଏସବିଏମ୍ ର ପ୍ରଫେସର କୈଳାସ ଚନ୍ଦ୍ର ନାୟକ ଓ ତାଲିମ ମୁଖ୍ୟ ପ୍ରଫେସର ଅମିତ ପଟ୍ଟନାୟକଙ୍କ ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଏହାପରେ ୟୁଏସବିଏମ ଅନୁଷ୍ଠାନ ପକ୍ଷରୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧି, ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ସୁବୁଦ୍ଧି, କାଉନସେଲିଙ୍ଗ ସେଲ ପରାମର୍ଶଦାତା ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା, ଅଧ୍ୟାପିକା କ୍ରିଷ୍ଣl ସେଠୀ, ଅଧ୍ୟାପିକା ସ୍ନିଗ୍ଧାରାଣୀ ମୁଦୁଲି, ଅଧ୍ୟାପିକା ସୁଚିସ୍ମିତା ମହାପାତ୍ର ଓ ଅଧ୍ୟାପକ ବିମଳ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l

ଏହାପରେ ଆମନ୍ତ୍ରିତ ବିଶେଷଜ୍ଞମାନେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତକାର ପାଇଁ ଆବଶ୍ୟକ ଇଂରାଜୀ କଥନ ଓ ଲିଖନ ଦକ୍ଷତା, ତର୍କୀୟ ବିଚାର ସାମର୍ଥ୍ୟ, ଦଳଗତ ଆଲୋଚନା, ବୁଦ୍ଧିଗତ ପ୍ରଶ୍ନ, କମ୍ପ୍ୟୁଟର ଦକ୍ଷତା ଆଦି ଜ୍ଞାନ ସମ୍ପର୍କରେ ପାରସ୍ପରିକ ଆଲୋଚନା କରିବା ସହ ସାଧାରଣ ଶିକ୍ଷାପରେ ଏମସିଏ, ଏମବିଏ,ସହିତ ବିଭିନ୍ନ ବୃତ୍ତିଗତ ପାଠ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ l ଏଥିସହିତ ଏକ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା l ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ସ୍ନିଗ୍ଧାରାଣୀ ମୁଦୁଲି l କାର୍ଯ୍ୟକ୍ରମକୁ ଅଧ୍ୟାପିକା କ୍ରିଷ୍ଣl ସେଠୀ, ସ୍ନିଗ୍ଧାରାଣୀ ମୁଦୁଲି, ସୁଚିସ୍ମିତା ମହାପାତ୍ର ପରିଚାଳନା କରିଥିବା ବେଳେ ଅଧ୍ୟାପକ ମୃଦାନୀ ଶଙ୍କର ପ୍ରସାଦ ମିଶ୍ର, ଅଧ୍ୟାପିକା ଝରଣା ନାଥ,ଅଧ୍ୟାପିକା ଶୁଭଦର୍ଶିନୀ ବିଶ୍ୱାଳ ପ୍ରମୁଖ ସହାୟତା କରିଥିଲେ l ଏହି କାର୍ଯ୍ୟକ୍ରମରେ ଯୁକ୍ତ ତିନି ଶେଷ ବର୍ଷର ଶିକ୍ଷାର୍ଥୀମାନେ ଯୋଗ ଦେଇଥିଲେ l
