You are currently viewing କଙ୍କୋରଡା ବିଜ୍ଞାନ ମହା ବିଦ୍ୟାଳୟରେ ଜାତୀୟ ସ୍ତରୀୟ ନେସନାଲ ସେମିନାର ଏବଂ ଅଧ୍ୟାପିକା ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ।
କଙ୍କୋରଡା ବିଜ୍ଞାନ ମହା ବିଦ୍ୟାଳୟରେ ଜାତୀୟ ସ୍ତରୀୟ ନେସନାଲ ସେମିନାର ଏବଂ ଅଧ୍ୟାପିକା ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ସାନଖେମୁଣ୍ଡି , ୨୪/୧୧ – ( ସପନ ଦାସ ) -:- ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଅଧୀନସ୍ଥ କଙ୍କୋରଡ଼ା ବିଜ୍ଞାନ ମହା ବିଦ୍ୟାଳୟରେ ନଭେମ୍ବର ୨୨ ଏବଂ ୨୩ ତାରିଖ ଦୁଇ ଦିନ ବ୍ୟାପୀ ନେସନାଲ ସେମିନାର ଏବଂ ଅଧ୍ୟାପିକା ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ କଲେଜ୍ ର ଅଧ୍ୟକ୍ଷ ଡ଼.ପ୍ରକାଶ ଚନ୍ଦ୍ର ଜେନା ଉଦ୍ଘାଟିତ କରିଥିବା ବେଳେ କାର୍ଯ୍ୟକ୍ରମରେ ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷାର ଆଞ୍ଚଳିକ ନିର୍ଦ୍ଦେଶକ ଡ଼.ଲକ୍ଷ୍ମୀକାନ୍ତ ତ୍ରିପାଠୀ ଯୋଗଦେଇଥିଲେ ।

ଆର୍.ଟି.ସି କଲେଜ୍ ଅର୍ମାନଜୀ ଝାଡ଼ଖଣ୍ଡର ପ୍ରଫେସର ରାମ୍ କୁମାର ମହତ ମୁଖ୍ୟ ବକ୍ତା ରୂପରେ ଅଂଶ ଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିହାରରୁ ରାଜେନ୍ଦ୍ର କିଶୋର ବି.ଏଡ କଲେଜ୍ ଝାଡ଼ଖଣ୍ଡ ରୁ ଆର୍.ଟି.ସି କଲେଜ୍ ଏବଂ ଅନ୍ୟ ଏକ କଲେଜ୍ ଏସ.ଏସ.ବି କଲେଜ୍ ରାଞ୍ଚିର ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସର ସମେତ ବହୁ ଛାତ୍ରଛାତ୍ରୀ ମାନେ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ

। ଓଡ଼ିଶାର ଅନ୍ୟ ଜିଲ୍ଲାରୁ କୋପଟିପଡା ନୁଆସାହି କଲେଜ ମୟୂରଭଞ୍ଜ , ରାମଜୀ ଡିଗ୍ରୀ କଲେଜ ଭିସ୍ମଗିରି , ପାଟପୁର ବିଶ୍ୱାସରାୟ ମହା ବିଦ୍ୟାଳୟ , ରାଇରଙ୍ଗ ଡିଗ୍ରୀ କଲେଜ , ଋଷିକୂଲ୍ୟା ମହା ବିଦ୍ୟାଳୟ ସୋରଡ଼ା , ସିଟି କଲେଜ ଆଦି ନିଜର ଛାତ୍ରଛାତ୍ରୀ ମାନଙ୍କ ସହ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନେକ ପ୍ରତିଯୋଗିତା ତଥା କବାଡି , ବେଡ୍ ମିଣ୍ଟନ , ଗୀତ , ନାଚ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ରହିଥିଲା । କାର୍ଯ୍ୟକ୍ରମର ଦ୍ଵିତୀୟ ଦିନରେ ମୁଖ୍ୟ ଅତିଥି ଭାବେ କମର୍ସ ବିଭାଗ ରାଞ୍ଚି ଆସିଷ୍ଟାଣ୍ଟ ପ୍ରଫେସର ମଞ୍ଜୁରାଣା ନାଜି ଯୋଗଦେଇଥିଲେ । ଉକ୍ତ ଦିବସରେ ଭାଗ ନେଇଥିବା ଜାତୀୟ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମଟିକୁ କଲେଜ୍ ଏନ୍.ଏ.ଏ.ସି କୋଡିନେଟର ଡ଼.ସସ୍ମିତା କୁମାରୀ ସାହୁ , ଡ଼.ରବୀନ୍ଦ୍ର ବେହେରା , ଡ଼.ଅଶୋକ ନାୟକ , ମନୋଜ କୁମାର ଭୂୟାଁ , ଲକ୍ଷ୍ମଣ କାଣ୍ଡେ , ସୁଶାନ୍ତ ପଣ୍ଡାଙ୍କ ସମେତ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ପରିଚାଳିତ କରିଥିଲେ । ପରିଶେଷରେ କଲେଜ୍ ର ଅଧ୍ୟାପିକା ସ୍ୱାଗତିକା ମହଙ୍କୁଡ଼ ଧନ୍ୟବାଦ୍ ଅର୍ପଣ କରିଥିଲେ ।