You are currently viewing ବଣିଆପଲ୍ଲୀ ହରିଜନ ସାହିରେ ଅଗ୍ନିକାଣ୍ଡ ପରିବାର କୁ ସହାୟତା
ବଣିଆପଲ୍ଲୀ ହରିଜନ ସାହିରେ ଅଗ୍ନିକାଣ୍ଡ ପରିବାର କୁ ସହାୟତା

ଜଗନ୍ନାଥ ପ୍ରସାଦ – ( ଚିତ୍ତରଞ୍ଜନ ଗନ୍ତାୟତ )ଜଗନ୍ନାଥ ପ୍ରସାଦ ବ୍ଲକ ଅଧିନସ୍ଥ ପ୍ରତାପପୁର ଗ୍ରାମ ପଂଚାୟତ ର ବଣିଆପଲ୍ଲୀ ହରିଜନ ସାହିରେ ଗତ ବୁଧବାର ରାତିରେ ରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ବଣିଆପଲ୍ଲୀର କୁନା ନାଇକ, ଅମର ନାଇକ, ସାମଲ ନାଇକ, ଶୟନ ନାଇକ, ଓ ଉଲାସ ନାଇକ ଙ୍କ ଘର ସମ୍ପୂର୍ଣ୍ଣ ପୋଡ଼ିଯାଇଛି। ଅଗ୍ନିକାଣ୍ଡ ରେ କ୍ଷତିଗ୍ରସ୍ତ ପରିବାର ଙ୍କୁ ମାନ୍ୟବର ଅର୍ଥ ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଙ୍କ ନିର୍ଦ୍ଦେଶ କ୍ରମେ ବିଡ଼ିପୁର ଗ୍ରାମପଂଚାୟତ ସମିତି ସଭ୍ୟା ଙ୍କ ପ୍ରତିନିଧି ତଥା କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ବିପ୍ରଚରଣ ବାରିକ,ପ୍ରତାପୁର ପଞ୍ଚାୟତର ସମିତି ସଭ୍ୟ ପ୍ରତିନିଧି ସୁଶାନ୍ତ କୁମାର ପ୍ରଧାନ,ସରପଞ୍ଚ ପ୍ରତିନିଧି ଜୀବିତାନନ୍ଦ ନାୟକ,ବିଡ଼ିପୁର ଗ୍ରାମପଂଚାୟତ ସରପଞ୍ଚ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଶିଶିର କାନ୍ତ ସାହୁ ଙ୍କ ଉପସ୍ଥିତ ରେ କନ୍ଧମାଳ ସାଂସଦ ଡ଼ ଅଚ୍ୟୁତ ସାମନ୍ତଙ୍କ ତରଫରୁ କମ୍ବଳ, ଲୁଗା, ସାର୍ଟ,ଚୁଡ଼ା, ଚାଉଳ ଓ ଶୁଖିଲା ଖାଦ୍ୟ ଇତ୍ୟାଦି ଅଗ୍ନିକାଣ୍ଡ ରେ କ୍ଷତିଗ୍ରସ୍ତ ପରିବାର ଙ୍କୁ ବଣ୍ଟନ କରିଛନ୍ତି, ।