You are currently viewing ପୁରୁଷୋତ୍ତମପୁର ବ୍ଳକ ରଣ ଝାଲି ଗ୍ରାମରେ ଥିବା ବୀର ହନୁମାନ ସେବା ସମବାୟ ସମିତି ରେ ବେଙ୍କ ସେବା ଓ ରୁଣ କର୍ମଶାଳା ଅନୁଷ୍ଠିତ |
ପୁରୁଷୋତ୍ତମପୁର ବ୍ଳକ ରଣ ଝାଲି ଗ୍ରାମରେ ଥିବା ବୀର ହନୁମାନ ସେବା ସମବାୟ ସମିତି ରେ ବେଙ୍କ ସେବା ଓ ରୁଣ କର୍ମଶାଳା ଅନୁଷ୍ଠିତ |

ପୁରୁଷୋତ୍ତମପୁର ବ୍ଲକ ରଣ ଝାଲି ବୀର ହନୁମାନ ସମବାୟ ସମିତି ଅଫିସ ପରିସର ରେ ସମବାୟ ସମିତି ସ୍ତରୀୟ ବ୍ୟାଙ୍କ୍ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି। ଆଜି ପୂର୍ବାହ୍ନ ରେ ସମବାୟ ସମିତି ଅଫିସ ପରିସରରେ ଶ୍ୟାମ ସୁନ୍ଦର ଦାଶ ଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା | ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ପିଙ୍କି ବେହେରା, ପୂର୍ବତନ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା, ପୁରୁଷୋତ୍ତମପୁର ବିସିସି ବେଙ୍କ ମେନେଜର କୃଷ୍ଣ ଚନ୍ଦ୍ର ନାୟକ, ସମ୍ପାଦକ ଅଭିମନ୍ୟୁ ବେହେରା, ରାମଚନ୍ଦ୍ରବସ୍ତିଆ ସମାଜ ସେବୀ ଜଗତ ବନ୍ଧୁ ପଣ୍ଡା, ସମସ୍ତ ଡାଇରେକ୍ଟର, ମଞ୍ଚାସିନ ଥିଲେ | ଚାଷୀଙ୍କୁ ବିନା ସୁଧରେ ୧ଲକ୍ଷ ପର୍ଯ୍ୟନ୍ତ ଋଣ ପ୍ରଦାନ ଓ ଭାଗଚାଷୀ କିପରି ଏହି ଯୋଜନାର ଲାଭ ଉଠାଇ ପାରିବ ସେ ଦିଗରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ। ରାଜ୍ୟ ସରକାର ଙ୍କ ସମବାୟ ବିଭାଗ ପକ୍ଷରୁ କାର୍ଯ୍ୟକାରୀ କରାଯାଇଥିବା ବିଭିନ୍ନ ଯୋଜନା ବିଷୟରେ ମେନେଜର କୃଷ୍ଣ ଚନ୍ଦ୍ର ନାୟକ, ସମ୍ପାଦକ ଅଭିମନ୍ୟୁ ବେହେରା ବିସ୍ତୃତ ଭାବେ ବୁଝାଇ ଥିଲେ | ଶେଷ ଦେବ ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ରିପୋର୍ଟ ପ୍ରସନ୍ନ କୁମାର ଦାସ