ନୟାଗଡ଼ ଜିଲ୍ଲା ରଣପୁର ବ୍ଲକର ସ୍ୱପ୍ନେଶ୍ୱର ମହାଦେବଙ୍କ ପରିସରରେ ଓଡ଼ିଶାର ଅଗ୍ରଣୀ ଆଧ୍ୟାତ୍ମିକ ସଂଗଠନ ଉତ୍କଳ ଶିଵଶକ୍ତି ମନ୍ଦିର ପୂଜକ ସଂଘ ଓଡ଼ିଶା ପକ୍ଷରୁ ଏକ ଶୈବଜନ ଜାଗରଣ ସମାବେଶ ଅନୁଷ୍ଠିତ ହୋଇଯାଇଛି।ଏହି କ୍ରମରେ ରଣପୁର ବ୍ଲକର ୨୬ଟି ପଞ୍ଚାୟତର ଶୈବପୂଜକ ମାନେ ଯୋଗଦେଇଥିଲେ।ରାଜ୍ୟ ସଭାପତି ପରମ ଶୈବ ଲଳିତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜନ ସମାବେଶରେ ରାଜ୍ୟ କାର୍ଯ୍ୟ କାରିଣୀ ସମ୍ପାଦକ ଆଚାର୍ଯ୍ୟ ବ୍ୟମୋକେଶ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସଂଗଠନର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।

ରାଜ୍ୟ ମୁଖପାତ୍ର ଜିତେନ୍ଦ୍ର ରଣା ମୁଖ୍ୟ ବକ୍ତା ଭାବେ ଯୋଗଦାନ କରି ଶୈବବିପ୍ର ମାନଙ୍କର ସମସ୍ୟା ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ।ନୟାଗଡ଼ ଜିଲ୍ଲା ସଭାପତି ଅଶୋକ ମହାପାତ୍ର ଏବଂ ମୁଖପାତ୍ର ଜ୍ୟୋତି ରଞ୍ଜନ ମହାପାତ୍ର କାର୍ଯ୍ୟକ୍ରମକୁ ଆୟୋଜନ କରିଥିବାବେଳେ ସ୍ଥାନୀୟ ସ୍ୱପ୍ନେଶର ମହାଦେବଙ୍କ ପୂଜକ ମାନେ ସହଯୋଗ କରିଥିଲେ।ରାଜ୍ୟ ସାଂସ୍କୃତିକ ସମ୍ପାଦକ ପ୍ରଦୀପ କୁମାର ରଣା କାର୍ଯ୍ୟକ୍ରମର ସଂଯୋଜନା କରିଥିବାବେଳେ ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲାର ନେତୃମଣ୍ଡଳୀ ଯୋଗଦାନ କରିଥିଲେ।ପ୍ରଦୀପ କୁମାର ରଣା
ରାଜ୍ୟ ସାଂସ୍କୃତିକ ସମ୍ପାଦକ

