You are currently viewing ରାସ୍ତା ମରାମତିରେ ଅହେତୁକ ବିଳମ୍ବ।
ରାସ୍ତା ମରାମତିରେ ଅହେତୁକ ବିଳମ୍ବ।

କୋଦଳା
ଦୀର୍ଘ ଦିନ ଧରି ଚାଲିଥିବା ରାସ୍ତା କାର୍ଯ୍ୟ ଶେଷ ହେଉନି। ଯାହାକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଇଏ ହେଉଛି ଗଞ୍ଜାମ ଜିଲ୍ଲା କୋଦଳା ଠାରୁ ଦାନପୁର କୁ ସଂଯୋଗ କରୁଥିବା ରାସ୍ତା। ଗ୍ରାମ୍ଯ ଉନ୍ନୟନ ବିଭାଗ ଅଧିନରେ ଥିବା ଉକ୍ତ ରାସ୍ତା ବର୍ଷ ବର୍ଷ ଧରି ଶୋଚନୀୟ ଅବସ୍ଥାରେ ପଡିଥିବା ବେଳେ ୧ ବର୍ଷ ତଳେ ଉକ୍ତ ରାସ୍ତାର ଟେଣ୍ଡର ହୋଇ କାମ ଆରମ୍ଭ ହୋଇଥିଲା। ତେବେ ଦୀର୍ଘ ୬ ମାସରୁ ଉର୍ଦ୍ଧ୍ବ ସମୟ ଧରି ଏହି ରାସ୍ତାଟିର ମରାମତି କାର୍ଯ୍ୟ ଚାଲିଥିବା ବେଳେ ଏହା କଛପ ଗତିରେ ଚାଲିଥିବା କହିଛନ୍ତି ସ୍ଥାନୀୟ ଲୋକେ। ଦୈନିକ ଶହଶହ ସଂଖ୍ୟାରେ ଯାନବାହାନ ଉକ୍ତ ରାସ୍ତା ଦେଇ ଦାନପୁର, ବିଲିପଡା, ଝାଡେଶ୍ବର ପ୍ରଭୃତି ଅଞ୍ଚଳକୁ ଯିବା ଆସିବା କରିଥାନ୍ତି। ତେବେ ରାସ୍ତା ମରାମତିରେ ଅହେତୁକ ବିଳମ୍ବ ହେତୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ରାସ୍ତାରେ ମାଟି ପକାଇ ସମତୁଲ କରା ଯାଉଥିବା ବେଳେ ଧୂଳି ଧୂସର ରେ ପୋତି ହୋଇ ଯାଉଛନ୍ତି ଯାତ୍ରୀ। ଠିକାଦାରଙ୍କ ଅବହେଳା ରୁ ନିର୍ଧାରିତ ସମୟରେ ଏହି ରାସ୍ତା ମରାମତି ହୋଇ ପାରୁ ନଥିବା ଅଭିଯୋଗ ହେଉଛି। ତୁରନ୍ତ ଏହାର ମରାମତି କାର୍ଯ୍ୟ ସମ୍ପନ୍ନ କରି ପିଚୁ ରାସ୍ତା କରାଯିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ।ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।